Categories: ଜାତୀୟ

ବିହାରରେ ପ୍ରବଳ ବନ୍ୟା, ୧୦ ମୃତ୍ୟୁ, ୧୩ ଟ୍ରେନ ବାତିଲ

ପାଟନା,୨୯।୯: ବିହାରରେ ବନ୍ୟା ପରିସ୍ଥିତି ଅସମ୍ଭାଳ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ୧୫ଟି ଜିଲାରେ ହାଇଆଲର୍ଟ ଘୋଷଣା କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ୧୩ଟି ଟ୍ରେନ୍‌ ବାତିଲ କରାଯାଇଛି। ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଭାଗଲପୁର ଜିଲାରେ କାନ୍ଥ ପଡି ୩ଜଣଙ୍କ ମୃତ୍ୟୁ ହୋଇଛି। ଶାରଦୀୟ ନବରାତ୍ର ପାଇଁ ଯାଇଥିଲାବେଳେ ଏଭଳି ଅଘଟଣ ଘଟିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି। ସେହିପରି ଦାନାପୁରରେ ଗଛ ପଡି ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ମହିଳା ଏବଂ ଜଣେ ଶିଶୁ ଅଛନ୍ତି।

Share