ବିସ୍ଥାପିତଙ୍କ ଆନ୍ଦୋଳନ, କୋଇଲା ଉତ୍ପାଦନ ବାଧାପ୍ରାପ୍ତ

ଲଖନପୁର,୨୪।୫(ଡି.ଏନ୍‌.ଏ) ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌ (ଏମ୍‌ସିଏଲ୍‌) ଲଖନପୁର ଖୋଲାମୁହଁ କୋଇଲାଖଣି ଦ୍ୱାରା ବିସ୍ଥାପିତ ହୋଇଥିବା ଉବୁଡା ଗ୍ରାମର ୩ ପରିବାର ଚାକିରି ଓ କ୍ଷତିପୂରଣ ଦାବିରେ ଖଣି ପରିସରରେ ଶନିବାର ସକାଳ ସାଢେ ୭ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିଥିଲେ। ଫଳରେ ୬ ନମ୍ବର କ୍ୱାରିରୁ କୋଇଲା ଉତ୍ତୋଳନ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଲଖନପୁର ଥାନା ପୋଲିସ ସେଠାକୁ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ହେଲେ କିଛି ସୁଫଳ ମିଳି ନ ଥିଲା। ପରେ ମାଜିଷ୍ଟେଟ ଦାୟିତ୍ୱରେ ଥିବା ଲଖନପୁର ଅତିରିକ୍ତ ତହସିଲଦାର ପ୍ରସନ୍ନ ପଟେଲ ଓ ଲଖନପୁର କୋଇଲାଖଣି ପ୍ରକଳ୍ପ ଅଧିକାରୀ ଅରୁଣ କୁମାର ସ୍ବର୍ଣ୍ଣକର, ମ୍ୟାନେଜର (ମାଇନିଂ) ବିଜୟ ରାୟ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ । ଲକ୍‌ଡାଉନ ଉଠିବା ପରେ ଏ ସମ୍ପର୍କରେ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟ ପର୍ଯ୍ୟନ୍ତ ସେମାନଙ୍କ ଜମିରୁ କୋଇଲା ଉତ୍ତୋଳନ ନ କରିବା ପାଇଁ ବିସ୍ଥାପିତମାନେ ଦାବି କରିଥିଲେ। ଏଥିରେ ଖଣି କର୍ତୃପକ୍ଷ ସହମତି ପ୍ରକାଶ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଉବୁଡା ଗ୍ରାମର ଗୌତମ ଖମାରୀ ଓ ତାଙ୍କ ପରିବାରର ସମୁଦାୟ ୧୭ଏକର ୮୩ ଡେସିମିଲ ଜମି ଏମ୍‌ସିଏଲ୍‌ରେ ଯାଇଛି । ଏହି ଜମିରେ ଗୌତମଙ୍କ ପରିବାର କୌଣସି ସୁବିଧା ସୁଯୋଗ ପାଇ ନ ଥିବା ଅଭିଯୋଗ କରିଛନ୍ତି। ସେହିପରି ଉବୁଡା ଗ୍ରାମର ଚମାର ଅଢା ଓ ଗିରିଧାରୀ ସାହୁଙ୍କର ୧୧ଏକର ଜମି ଯାଇଛି। ଏମାନେ କୌଣସି ସୁବିଧା ସୁଯୋଗ ପାଇନାହାନ୍ତି ବୋଲି ଅଭିଯୋଗ କରିଛନ୍ତି। ବିସ୍ଥାପିତମାନଙ୍କୁ କୌଣସି ସୁବିଧା ସୁଯୋଗ ନ ଦେଇ ସେମାନଙ୍କ ଜମିରେ କମ୍ପାନୀ କର୍ତ୍ତୃପକ୍ଷ ବଳପୂର୍ବକ ଖଣି ସମ୍ପ୍ରସାରଣ କରିଚାଲିଛନ୍ତି। ବିସ୍ଥାପିତମାନେ ନିଜର ହକ୍‌ ଦାବି କଲେ କମ୍ପାନୀ କର୍ତ୍ତୃପକ୍ଷ କେବଳ ଫମ୍ପା ପ୍ରତିଶ୍ରୁତି ଦେଇଚାଲିଛନ୍ତି। ଫଳରେ ସେମାନେ ବାରମ୍ବାର ଆନ୍ଦୋଳନ କରୁଛନ୍ତି । ଆଜିର ଏହି ଆନ୍ଦୋଳନରେ ଗୌତମ ଖମାରୀ, ଚମାର ଅଢା ଓ ଗିରିଧାରୀ ସାହୁଙ୍କ ପରିବାର ସାମିଲ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri