Posted inଖେଳ

ବିସିସିଆଇର ‘ଟିମ୍‌ ମାସ୍କ ଫୋର୍ସ’ ଭିଡିଓରେ କୋହଲି, ସଚିନଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୮।୪(ପି.ଟି.)- ବର୍ତ୍ତମାନ ସାରା ଦେଶ କୋଭିଡ୍‌-୧୯ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସରକାରଙ୍କୁ ସାହାଯ୍ୟ ସମର୍ଥନ କରିବାରେ ପଛରେ ପଡିନାହିଁ। ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧି ବାହାରନ୍ତୁ ବୋଲି ସରକାରଙ୍କ ତରଫରୁ ଅପିଲ କରାଯାଇଛି। ଏହାକୁ ସମର୍ଥନ କରି ବିସିସିଆଇ ଏକ ଭିଡିଓ ତିଆରି କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଛି। ଏହି ଭିଡିଓର ନାମ ରହିଛି ‘ଟିମ୍‌ ମାସ୍କ ଫୋର୍ସ’। ଏହି ଭିଡିଓ ଦେଶର ଦୁଇ ମହାନ୍‌ କ୍ରିକେଟ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ବାର୍ତ୍ତା ରହିଛି। ଏହି ଭିଡିଓରେ ବିସିସିଆଇର କେତେକ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
ଭାରତୀୟ ଦଳରେ ସାମିଲ ହେବା ନିଶ୍ଚିତ ଭାବେ ବଡ଼ କଥା। ତେବେ ବର୍ତ୍ତମାନ ଆମେ ଆହୁରି ଏକ ବଡ଼ ଦଳ ଗଠନ ଉପରେ ଧ୍ୟାନ ଦେଉଛୁ। ଏହା ହେଉଛି ‘ଟିମ୍‌ ମାସ୍କ ଫୋର୍ସ’ ବୋଲି କୋହଲି ଭିଡିଓରେ ବାର୍ତ୍ତା ଦେଉଥିବାର ଦେଖାଯାଇଛି। ସେହିପରି ମାସ୍କ ବନାଇ ମାସ୍କ ଫୋର୍ସର ଅଂଶ ହୁଅନ୍ତୁ, ୨୦ ସେକେଣ୍ଡ ପାଇଁ ହାତ ଧୁଅନ୍ତୁ ଓ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ସଚିନ ଏହି ଭିଡିଓରେ ବାର୍ତ୍ତା ଦେଇଛନ୍ତି।
ଏହି ଭିଡିଓରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସ୍ମୃତି ମାନ୍ଧନା, ରୋହିତ ଶର୍ମା, ହରଭଜନ ସିଂ, ହରମନପ୍ରୀତ କୌର, ବୀରେନ୍ଦ୍ର ସଓ୍ବୋଗ, ରାହୁଲ ଡ୍ରାଭିଡ ଓ ମିଥାଲି ରାଜ୍‌ ମାସ୍କ ବ୍ୟବହାରର ଗୁରୁତ୍ୱ ଓ ଆବଶ୍ୟକତା ଉପରେ ବାର୍ତ୍ତା ପ୍ରଦାନ କରିଛନ୍ତି। ଏଥିସହିତ ସରକାରଙ୍କ ନିର୍ଦ୍ଦେଶାବଳୀ ମାନିବାକୁ ମଧ୍ୟ ଏମାନେ ନିବେଦନ କରିଛନ୍ତି। ଘରେ ବସି ମାସ୍କ ତିଆରି କରିନ୍ତୁ । ମୁଁ ମଧ୍ୟ ମାସ୍କ ତିଆରି କରିଛି ବୋଲିି ରୋହିତ କହିଛନ୍ତି। ପୂର୍ବରୁ ବିସିସିଆଇ କରୋନା ଭାଇରସ ଲଢେଇ ବିପକ୍ଷରେ ୫୧ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri