Posted inଖେଳ

ବିସିସିଆଇର ‘ଟିମ୍‌ ମାସ୍କ ଫୋର୍ସ’ ଭିଡିଓରେ କୋହଲି, ସଚିନଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୮।୪(ପି.ଟି.)- ବର୍ତ୍ତମାନ ସାରା ଦେଶ କୋଭିଡ୍‌-୧୯ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସରକାରଙ୍କୁ ସାହାଯ୍ୟ ସମର୍ଥନ କରିବାରେ ପଛରେ ପଡିନାହିଁ। ଘରୁ ବାହାରିବା ବେଳେ ସମସ୍ତେ ମାସ୍କ ପିନ୍ଧି ବାହାରନ୍ତୁ ବୋଲି ସରକାରଙ୍କ ତରଫରୁ ଅପିଲ କରାଯାଇଛି। ଏହାକୁ ସମର୍ଥନ କରି ବିସିସିଆଇ ଏକ ଭିଡିଓ ତିଆରି କରି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଛି। ଏହି ଭିଡିଓର ନାମ ରହିଛି ‘ଟିମ୍‌ ମାସ୍କ ଫୋର୍ସ’। ଏହି ଭିଡିଓ ଦେଶର ଦୁଇ ମହାନ୍‌ କ୍ରିକେଟ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ବାର୍ତ୍ତା ରହିଛି। ଏହି ଭିଡିଓରେ ବିସିସିଆଇର କେତେକ ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି।
ଭାରତୀୟ ଦଳରେ ସାମିଲ ହେବା ନିଶ୍ଚିତ ଭାବେ ବଡ଼ କଥା। ତେବେ ବର୍ତ୍ତମାନ ଆମେ ଆହୁରି ଏକ ବଡ଼ ଦଳ ଗଠନ ଉପରେ ଧ୍ୟାନ ଦେଉଛୁ। ଏହା ହେଉଛି ‘ଟିମ୍‌ ମାସ୍କ ଫୋର୍ସ’ ବୋଲି କୋହଲି ଭିଡିଓରେ ବାର୍ତ୍ତା ଦେଉଥିବାର ଦେଖାଯାଇଛି। ସେହିପରି ମାସ୍କ ବନାଇ ମାସ୍କ ଫୋର୍ସର ଅଂଶ ହୁଅନ୍ତୁ, ୨୦ ସେକେଣ୍ଡ ପାଇଁ ହାତ ଧୁଅନ୍ତୁ ଓ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ ବୋଲି ସଚିନ ଏହି ଭିଡିଓରେ ବାର୍ତ୍ତା ଦେଇଛନ୍ତି।
ଏହି ଭିଡିଓରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, ସ୍ମୃତି ମାନ୍ଧନା, ରୋହିତ ଶର୍ମା, ହରଭଜନ ସିଂ, ହରମନପ୍ରୀତ କୌର, ବୀରେନ୍ଦ୍ର ସଓ୍ବୋଗ, ରାହୁଲ ଡ୍ରାଭିଡ ଓ ମିଥାଲି ରାଜ୍‌ ମାସ୍କ ବ୍ୟବହାରର ଗୁରୁତ୍ୱ ଓ ଆବଶ୍ୟକତା ଉପରେ ବାର୍ତ୍ତା ପ୍ରଦାନ କରିଛନ୍ତି। ଏଥିସହିତ ସରକାରଙ୍କ ନିର୍ଦ୍ଦେଶାବଳୀ ମାନିବାକୁ ମଧ୍ୟ ଏମାନେ ନିବେଦନ କରିଛନ୍ତି। ଘରେ ବସି ମାସ୍କ ତିଆରି କରିନ୍ତୁ । ମୁଁ ମଧ୍ୟ ମାସ୍କ ତିଆରି କରିଛି ବୋଲିି ରୋହିତ କହିଛନ୍ତି। ପୂର୍ବରୁ ବିସିସିଆଇ କରୋନା ଭାଇରସ ଲଢେଇ ବିପକ୍ଷରେ ୫୧ ଲକ୍ଷ ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri