ବିଶ୍ୱ ସ୍ତରରେ ବଢ଼ିବେ ୨୫ ଲକ୍ଷ ବେକାର

ଜାତିସଂଘ,୨୨ା୧: ସାରା ବିଶ୍ୱରେ ବେକାରି ସମସ୍ୟା ଏବେ ଉତ୍କଟ ହେଉଛି। ୨୦୨୦ରେ ବେକାରି ହାର ବଢ଼ିବା ସହ ଏହି ସଂଖ୍ୟାରେ ଆଉ ୨୫ ଲକ୍ଷ ବେକରୀ ଯୋଡି ହେବେ। ସେହିଭଳି ପର୍ଯ୍ୟାପ୍ତ କାମ ନ ଥିବା ଯୋଗୁ ପ୍ରାୟ ୫୦ କୋଟି ଲୋକ କିଛିଘଣ୍ଟା ପାଇଁ କାମ କରୁଥିବା ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ଅନୁଷ୍ଠାନ(ଆଇଏଲ୍‌ଓ) ପକ୍ଷରୁ ରିପୋର୍ଟରେ ପ୍ରକାଶ ପାଇଛି। ସୋମବାର ପ୍ରକାଶ ପାଇଥିବା ଓ୍ବାର୍ଲଡ ଏମ୍ପ୍ଲଏମେଣ୍ଟ ଆଣ୍ଡ ସୋସିଆଲ ଆଉଟ୍‌ଲୁକ: ଟ୍ରେଣ୍ଡସ ୨୦୨୦ ରିପୋର୍ଟରେ କୁହାଯାଇଛି ଯେ, ଗତ ୯ ବର୍ଷ ହେବ ବିଶ୍ୱ ସ୍ତରରେ ବେକାରି ହାର ସ୍ଥିର ରହିଥିଲା। ଏବେ ମାନ୍ଦାବସ୍ଥା ଥିବା ବେଳେ ଶ୍ରମଶକ୍ତି ବଢୁଛି। ଅଧିକ ସଂଖ୍ୟକ ନୂଆ ନିଯୁକ୍ତି ସୃଷ୍ଟି ହେଉନାହିଁ। ଫଳରେ ନିଯୁକ୍ତି ବଜାରରେ ନୂଆ ଲୋକଙ୍କୁ ନିଯୁକ୍ତି ଦେବା କଷ୍ଟକର ହେଉଥିବା ରିପୋର୍ଟରେ କୁହାଯାଇଛି। ଏଭଳି ବିଭିନ୍ନ ପ୍ରସଙ୍ଗକୁ ବିଚାର କଲେ କାମ କରି ଏକ ଉନ୍ନତ ଜୀବନ ଧାରଣ ମାନ ହାସଲ କରିବା ନିୟୁତାଧିକ ଲୋକଙ୍କ ଲାଗି କଷ୍ଟସାଧ୍ୟ ହେବ ବୋଲି ଆଇଏଲ୍‌ଓର ମହାନିର୍ଦ୍ଦେଶକ ଗାଏ ରାଇଡର କହିଛନ୍ତି।
ରିପୋର୍ଟ ମୁତାବକ ବିଶ୍ୱ ସ୍ତରରେ ଏବେ ପ୍ରାୟ ୧୮୮ ନିୟୁତ ଲୋକ ବେକାର ଅଛନ୍ତି। ଅତିରିକ୍ତ ୧୬୫ ନିୟୁତଙ୍କୁ ପର୍ଯ୍ୟାପ୍ତ କାମ ମିଳୁନାହିଁ। ୧୨୦ ନିୟୁତ ଲୋକ କାମ ଖୋଜିବା ବାଦ ଦେଇଛନ୍ତି କିମ୍ବା ଶ୍ରମ ବଜାର ସହ ସେମାନଙ୍କର ପ୍ରତ୍ୟକ୍ଷ ଭାବେ ସମ୍ପର୍କ ନାହିଁ। ମୋଟାମୋଟି ଭାବେ କହିବାକୁ ଗଲେ ବିଶ୍ୱ ସ୍ତରରେ ୪୭୦ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ବିକାଶଶୀଳ ଦେଶଗୁଡିକ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଥିବାରୁ ସେମାନଙ୍କ ବିକାଶ ଗତି ଶିଥିଳ ହୋଇଛି। ଆଫ୍ରିକାର କିଛି ଦେଶ ଏବେ ଅଭିବୃଦ୍ଧି ନ କରି ସ୍ଥିିର ଅବସ୍ଥାରେ ରହିଥିବା କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା। ଏଭଳି ବିଭିନ୍ନ କାରଣ ଯୋଗୁ ପର୍ଯ୍ୟାପ୍ତ ସଂଖ୍ୟକ ନିଯୁକ୍ତି ସୃଷ୍ଟି ହୋଇ ପାରୁନାହିଁ। ଏହି ଆଧାରରେ ଆଫ୍ରିକାର ଅନେକ ଦେଶର ପ୍ରକୃତ ଆୟ କମିବା ସହ ଦାରିଦ୍ର୍ୟ ବଢୁଛି। ୨୦୨୦-୨୧ରେ ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକରେ ଦାରିଦ୍ର୍ୟ ବଢିବ ବୋଲି ଆଇଏଲଓ ଏହାର ରିପୋର୍ଟରେ କହିଛି। ଏଭଳି କାରଣ ଯୋଗୁ ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ-୧ ହାସଲ କରିବା କଷ୍ଟକର ହେଉଥିବା କୁହାଯାଇଛି।
ବର୍ତ୍ତମାନ ୬୩୦ ନିୟୁତ ଶ୍ରମିକଙ୍କ କ୍ଷେତ୍ରରେ ଦାରିଦ୍ର୍ୟ ଦେଖାଯାଏ। ବିଶ୍ୱର ମୋଟ କାର୍ଯ୍ୟ କରୁଥିବା ଜନସଂଖ୍ୟାର ଏହା ଏକ ପଞ୍ଚମାଂଶ। ଲିଙ୍ଗଗତ ଅସମାନତା, ବୟସ, ଭୌଗୋଳିକ ଅବସ୍ଥିତ ନିଯୁକ୍ତି ବଜାର ଉପରେ ପ୍ରଭାବ ପକାଉଛି। ଏହା ଦ୍ୱାରା ବ୍ୟକ୍ତିବିଶେଷ ଲାଗି ରହିଥିବା ସୁଯୋଗ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସଙ୍କୁଚିତ କରୁଛି। ରିପୋର୍ଟ ମୁତାବକ, ୧୫ରୁ ୨୪ ବର୍ଷର ୨୬୭ ନିୟୁତ ଯୁବବର୍ଗ ଶିକ୍ଷା, ତାଲିମ କିମ୍ବା ଚାକିରିରେ ନାହାନ୍ତି। ଏହା ସହ ଅନେକ ଲୋକ ଖରାପ ସ୍ଥିତିରେ କାମ କରୁଛନ୍ତି। ବିଭିନ୍ନ ବାଣିଜ୍ୟ କଟକଣା, ସଂରକ୍ଷଣବାଦ ମଧ୍ୟ ନିଯୁକ୍ତି ଉପରେ ଗଭୀର ପ୍ରଭାବ ପକାଉଛି। ଯାହା ଚିନ୍ତାର କାରଣ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରୁଣାଚଳ ସୀମାରେ ଚାଇନାର ପରମାଣୁ ଷଡ଼ଯନ୍ତ୍ର; ଗୋପନରେ କରୁଛି ଏପରି

ନୂଆଦିଲ୍ଲୀ,୧୬।୨: ଭାରତର ଅରୁଣାଚଳ ପ୍ରଦେଶ ସୀମା ନିକଟରେ ଚାଇନାର ବଡ଼ ଷଡ଼ଯନ୍ତ୍ର। ଗୋପନରେ ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢ଼ାଉଛି ବେଜିଂ। ସାଟେଲାଇଟ୍ ଚିତ୍ରରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri