ବିଶ୍ୱ ରେକର୍ଡ ନିକଟରେ କୋହଲି

ନୂଆଦିଲ୍ଲୀ,୧୩।୬: ଶିଖର ଧାଓ୍ବନଙ୍କ ଅନୁପସ୍ଥିତି ଅଧିନାୟକ ବିରାଟ କୋହଲିଙ୍କ କାନ୍ଧ ଉପରେ ଆହୁରି ଦାୟିତ୍ୱ ବୃଦ୍ଧି ପାଇଛି। ଏଭଳି ସ୍ଥିତିରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କୋହଲି ଅତ୍ୟଧିକ ଚାପର ସମ୍ମୁଖୀନ ହୋଇପାରନ୍ତି। ଏହି ମ୍ୟାଚ୍‌ରେ ତାଙ୍କ ନିକଟରେ ଏକ ବିଶ୍ୱ ରେକର୍ଡ ଅଧିକାରୀ ହେବାର ସୁଯୋଗ ରହିଛି। କୋହଲି ଏପର୍ଯ୍ୟନ୍ତ ୨୨୧ ଦିନିକିଆ ଇନିଂସରେ ୧୦,୯୪୩ କରିିସାରିଛନ୍ତି। ଆଉ ୫୭ ରନ୍‌ କଲେ ସେ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ୧୧ ହଜାର ରନ୍‌ ପୂରଣ କରିବେ। ନଟ୍ଟିଂହାମଠାରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୫୭ ରନ୍‌ କରିବାରେ ସଫଳ ହେଲେ ଭାରତୀୟ ଅଧିନାୟକ ପ୍ରଥମ କ୍ରିକେଟର ଭାବେ ୧୧ ବର୍ଷରୁ କମ୍‌ ସମୟରେ ୧୧ ହଜାର ରନ୍‌ ପୂରଣ କରିବେ। ଦେଶର ୩ୟ ଓ ବିଶ୍ୱର ୯ମ ବ୍ୟାଟ୍ସମ୍ୟାନ ଭାବେ ଏହି ମାଇଲଷ୍ଟୋନ ସ୍ପର୍ଶ କରିବେ। ପୂର୍ବରୁ ସୌରଭ ଗାଙ୍ଗୁଲି ଓ ସଚିନ ତେନ୍ଦୁଲକର ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଦିନିକିଆରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ ତାଲିକାରେ ୮ମ ସ୍ଥାନ ହାତେଇବାର ମଧ୍ୟ ସୁଯୋଗ ରହିଛି।

Share