Categories: ବାଣିଜ୍ୟ

ବିଶ୍ୱ ବ୍ୟାଙ୍କକୁ ଟ୍ରମ୍ପଙ୍କ ତାଗିଦ; ଚାଇନାକୁ ଋଣ ପ୍ରଦାନ ବନ୍ଦ କର

ନୂଆଦିଲ୍ଲୀ,୯ା୧୨: ଆମେରିକା ଏବଂ ଚାଇନା ମଧ୍ୟରେ ଲାଗି ରହିଥିବା ବାଣିଜ୍ୟ ଯୁଦ୍ଧ ଥମିବାର ନା ନେଉନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଡ୍ରମ୍ପ ପୁଣି ଥରେ ଚାଇନା ବିରୋଧରେ କଠୋର ପଦକ୍ଷେପ ଅନ୍ତର୍ଗତ ବିଶ୍ୱ ବ୍ୟାଙ୍କକୁ କିଛି ତାଗିଦ ଦେଇଛନ୍ତି। ଚାଇନାକୁ ଆଉ ଅଧିକ ଋଣ ନ ଦେଇ ଋଣ ଯୋଗାଣ ବନ୍ଦ କରିବାକୁ ଟ୍ରମ୍ପ କହିଛନ୍ତି। ସେପ୍ଟେମ୍ବର ୭ ପୂର୍ବାହ୍ନରେ ଏକ ଟୁଇଟ ଯୋଗେ କହିଛନ୍ତି ଯେ, ବିଶ୍ୱ ବ୍ୟାଙ୍କ ଚାଇନାକୁ କାହିଁକି ଋଣ ପ୍ରଦାନ କରୁଛି। ଚାଇନା ନିକଟରେ ପର୍ଯ୍ୟାପ୍ତ ପୁଞ୍ଜି ରହିଛି। ଯଦି ଚାଇନା ନିକଟରେ ପଇସା ନାହିଁ ତେବେ ସେ ଏହି ପ୍ରସଙ୍ଗକୁ ନିଜେ ସମାଧାନ କରୁ। ଚାଇନାକୁ ଋଣ ପ୍ରଦାନ ବନ୍ଦ ହେବାର ଆବଶ୍ୟକତା ରହିଛି ବୋଲି ଟ୍ରମ୍ପ ମତ ଦେଇଛନ୍ତି। ଟ୍ରମ୍ପଙ୍କ ଏହି ବୟାନ ପରେ ବିଶ୍ୱବ୍ୟାଙ୍କ ସଭାପତି ଡେଭିଡ ମାଲପାସ କହିଛନ୍ତି, ଚୀନକୁ ଦିଆଯାଉଥିବା ଋଣ ହ୍ରାସ କରାଯାଉଛି। ଆଗାମୀ ଦିନରେ ଏହି ଧାରା ଜାରି ରହିବ। ଅଂଶୀଦାରଙ୍କ ସହ ହୋଇଥିବା ଚୁକ୍ତି ମୁତାବକ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ଆମେରିକା ମଧ୍ୟ ବିଶ୍ୱ ବ୍ୟାଙ୍କରେ ଏକ ପ୍ରମୁଖ ଶେୟାର ହୋଲ୍ଡର ରହି ଆସିଛି। ଯେତେବେଳେ କୌଣସି ଦେଶ ଧନୀ ହେବାକୁ ଲାଗେ ବିଶ୍ୱବ୍ୟାଙ୍କ ସେହି ଦେଶକୁ କମ୍‌ ଋଣ ଯୋଗାଇ ଦେଇଥାଏ। ଏଭଳି ସ୍ଥିତିରେ ଆମେରିକା ଚାଇନାକୁ ମିଳୁଥିବା ଋଣକୁ ନେଇ ପ୍ରଶ୍ନ ଉଠାଇଛି। ଗତ ୧୮ ମାସ ଧରି ଏହି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଲାଗି ରହିଛି। ଚୀନରୁ ଆସୁଥିବା ପ୍ରାୟ ୫୫୦ ବିଲିୟନ ଡଲାର ଆମେରିକା ଟାରିଫ ବଢାଇଛି। ଚାଇନା ମଧ୍ୟ ଆମେରିକା ସାମଗ୍ରୀ ଉପରେ ଟାରିଫ ବଢାଇଛି। ଦୁଇ ଦେଶ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ଲାଗି ଉଦ୍ୟମ ହେଉଥିଲେ ମଧ୍ୟ ବିବାଦ ସମାଧାନ ହୋଇ ନାହିଁ।

Share