ବିଶ୍ୱ ଫଟୋଗ୍ରାଫି ଦିବସ : ଫଟୋଗ୍ରାଫର ତ୍ରିନାଥ ସମ୍ବର୍ଦ୍ଧିତ

ବ୍ରହ୍ମପୁର ଅଫିସ,୧୯।୮: ବ୍ରହ୍ମପୁର ଫଟୋଗ୍ରାଫର୍‌ସ ୱେଲଫେୟାର୍‌ ଆସୋସିଏଶନ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଶୋଭାଯାତ୍ରା ଆୟୋଜିତ ହୋଇଛି। ଖଲିକୋଟ କଲେଜ ସମ୍ମୁଖରୁ ଏହି ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ମାର୍କେଟ, ଅର୍ବାନବ୍ୟାଙ୍କ ରୋଡ, ଗିରିଜାଛକ, ରାମଲିଙ୍ଗମ ମନ୍ଦିର ଛକ ପ୍ରମୁଖ ଅଞ୍ଚଳ ପରିକ୍ରମା କରି ଖାଲାସି ସାହି ଠାରେ ପହଞ୍ଚିଥିଲା। ଏହାପରେ ଖାଲାସି ସାହି କଲ୍ୟାଣମଣ୍ଡପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ବରିଷ୍ଠ ଫଟୋଗ୍ରାଫର ତ୍ରିନାଥ ସାବତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ଆସୋସିଏଶନର ସଭାପତି ବାପି ପଣ୍ଡା, ସମ୍ପାଦକ ଦୁର୍ଗା ରାଓ, ଉପସଭାପତି ଦୁର୍ଗା ପ୍ରସାଦ ଶତପଥୀ, ଯୁଗ୍ମ ସମ୍ପାଦକ ଶେଖର ଆଚାରୀ, କୋଷାଧ୍ୟକ୍ଷ ସୀତାରାମ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥଲେ। କାର୍ଯ୍ୟକାରୀ ସଦସ୍ୟ କାହ୍ନୁଚରଣ ଚୌଧୁରୀ, ନୂତନ ପାତ୍ର, ସ୍ବରାଜ ମହାପାତ୍ର, ନୀଳମାଧବ ପାତ୍ର, ଲୋକନାଥ ଦାସ, କୋକୋନ୍‌ ପଣ୍ଡା, ମନୋଜ ଦାସ, ଫଣି ଭୂଷଣ ସାହୁ, କେ. ରବିକୁମାର, ଜୟରାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।