Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌: ଚର୍ଚ୍ଚାରେ ଧୋନୀଙ୍କ ୭ ନମ୍ବର ଜର୍ସି

ନୂଆଦିଲ୍ଲୀ,୨୫ା୭(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) ଟେଷ୍ଟ କ୍ରିକେଟକୁ ଅଧିକ ଲୋକପ୍ରିୟ କରିବା ଲାଗି ଆଗାମୀ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ଖେଳାଳିଙ୍କ ନାମ ଓ ଜର୍ସି ନମ୍ବର ରହିବା ଲାଗି ନିଷ୍ପତ୍ତି ନେଇଛି। ଆସେସରୁ ଆରମ୍ଭ ହେବାକୁ ଥିବା ଏହି ଚାମ୍ପିୟନଶିପ ୨୦୨୧ ପର୍ଯ୍ୟନ୍ତ ଖେଳାଯିବ। ନିକଟରେ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଉଥିବା ଭାରତୀୟ ଦଳ ସେଠାରେ ଘରୋଇ ଦଳ ବିପକ୍ଷରେ ୨ଟି ଟେଷ୍ଟ ଖେଳିବ। ଭାରତୀୟ ଟେଷ୍ଟ ଦଳରେ ମହେନ୍ଦ୍ର ସିଂ ଧୋନୀ ନାହାନ୍ତି। ତେଣୁ ତାଙ୍କର ଜର୍ସି ନଂ-୭କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚାମ୍ପିୟନଶିପ ଅନ୍ତର୍ଗତ ଭାରତ ଏହାର ପ୍ରଥମ ମ୍ୟାଚ ଆସନ୍ତା ଅଗଷ୍ଟ ୨୨ରେ ଓ୍ବେଷ୍ଟଇଣ୍ଡିଜ ବିରୋଧରେ ଖେଳିବ। ଆଣ୍ଟିଗୁଆରେ ହେବାକୁ ଥିବା ମ୍ୟାଚରେ ଭାରତୀୟ ଖେଳାଳିମାନେ ସେମାନଙ୍କର ଦିନିକିଆ ଓ ଟି୨୦ ଅନ୍ତର୍ଜାତୀୟରେ ଯେଉଁ ନମ୍ବରର ଜର୍ସି ପିନ୍ଧି ଖେଳୁଛନ୍ତି ସେହି ନମ୍ବର ଜର୍ସି ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରିଥିବା ସୂଚନା ମିଳିଛି। ସେହି କ୍ରମରେ ଅଧିନାୟକ ବିରାଟ କୋହଲି ୧୮ ନମ୍ବର ଓ ରୋହିତ ଶର୍ମା ୪୫ ନମ୍ବର ଜର୍ସି ପିନ୍ଧିବେ। ତେଣୁ ଅଧିକାଂଶ ଖେଳାଳି ସୀମିତ ଓଭର କ୍ରିକେଟ୍‌ରେ ଯେଉଁ ଜର୍ସି ନମ୍ବର ବ୍ୟବହାର କରୁଛନ୍ତି ଟେଷ୍ଟ କ୍ରିକେଟ୍‌ରେ ମଧ୍ୟ ସମାନ ଜର୍ସି ନମ୍ବରରେ ଖେଳିବେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ନଂ-୧୦ ଜର୍ସିକୁ ବିସିସିଆଇ ଅନୌପଚାରିକ ଭାବେ ଅବସର ଦେଇଛି। ଫଳରେ କୌଣସି ଭାରତୀୟ ଖେଳାଳି ଏହି ନମ୍ବରର ଜର୍ସି ପିନ୍ଧି ଖେଳିବେ ନାହିଁ। ତେବେ ଭାରତକୁ ଦିନିକିଆ ଓ ଟି୨୦ ବିଶ୍ୱକପ୍‌ ସହ ଚାମ୍ପୟନ୍ସ ଟ୍ରଫି ବିଜୟୀ କରାଇପାରିଥିବା ପୂର୍ବତନ ଅଧିନାୟକ ଧୋନୀଙ୍କ ୭ନମ୍ବର ଜର୍ସି ଉପଲବ୍ଧ ଥିଲେ ହେଁ ଏହି ନମ୍ବର ଆଗାମୀ ଦିନରେ କୌଣସି ଖେଳାଳି ନିଜ ଜର୍ସିରେ ବ୍ୟବହାର କରିବା ଆଶା କ୍ଷୀଣ ରହିଛି ବୋଲି ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ କହିଛନ୍ତି। ଭାରତର ଏହି ସଫଳତମ ଅଧିନାୟକ ୨୦୧୫ରୁ ଟେଷ୍ଟ କ୍ରିକେଟ୍‌ ଫର୍ମାଟରୁ ଅବସର ନେଇ ସାରିଥିବାବେଳେ ଦିନିକିଆ ଓ ଟି୨୦ ଫର୍ମାଟ କ୍ରିକେଟ୍‌ ଖେଳ ଜାରି ରଖିଛନ୍ତି। ତେଣୁ ଜର୍ସି ନଂ-୭ କେବଳ ଧୋନୀଙ୍କର, ତେଣୁ ଏହି ନମ୍ବର ଯଦି କେହି ବ୍ୟବହାର କରନ୍ତି ଲୋକେ ତାହାକୁ ସହଜରେ ଗ୍ରହଣ କରିବେ ନାହିଁ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ପୂର୍ବରୁ ସଚିନଙ୍କ ୧୦ ନମ୍ବର ଜର୍ସି ଶାର୍ଦ୍ଦୁଳ ଠାକୁର ପିନ୍ଧି ସମାଲୋଚିତ ହୋଇଥିବାରୁ ଧୋନୀଙ୍କ ୭ ନମ୍ବର ଜର୍ସି ଲାଗି ସେଭଳି କିଛି ଘଟଣା ଘଟିବାକୁ ବିସିସିଆଇ ଦେବ ନାହିଁ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri