Posted inଖେଳ

ବିଶ୍ୱ ଚାମ୍ପିୟନଶିପ୍‌: ୧୮ ବର୍ଷ ପରେ ଇଥିଓପିଆକୁ ସ୍ବର୍ଣ୍ଣ

ଦୋହା,୭।୧୦(ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଆଥଲେଟିକ ବିଶ୍ୱ ଚାମ୍ପିୟନଶିପ୍‌ରେ ଇଥିଓପିଆର ଲେଲିସା ଡେସିସା ପୁରୁଷ ମାରାଥନ ରେସ୍‌ରେ ପ୍ରଥମସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ଦୀର୍ଘ ୧୮ ବର୍ଷ ପରେ ଏହି ମେଗା ଇଭେଣ୍ଟରେ ଇଥିଓପିଆର କୌଣସି ଧାବକ ମାରାଥନରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ୨୦୦୧ରେ ଶେଷଥର ପାଇଁ ଇଥିଓପିଆ ଧାବକ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ରବିବାର ଅନୁଷ୍ଠିତ ଏହି ରେସ୍‌ରେ ୨୯ ବର୍ଷୀୟ ଡେସିସା ୨ ଘଣ୍ଟା ୧୦ ମି. ୪୦ ସେକେଣ୍ଡ ସମୟ ନେଇ ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ସେହିପରି ଇଥିଓପିଆର ଅନ୍ୟତମ ଧାବକ ମୋସିନେଟ ଜେରେମିୟୁ ୨ ଘଣ୍ଟା ୧୦ ମିନିଟ୍‌ ୪୪ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପଟେ କେନିଆର ଆମେରସ କିପ୍ରୁଟୋ ୨ ଘଣ୍ଟା ୧୦ ମିନିଟ ଓ ୫୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଦେସିସା ଏହାପୂର୍ବରୁ ବୋଷ୍ଟନ ମାରାଥନରେ ଦୁଇଥର ଚାମ୍ପିୟନ ହୋଇଥିଲେ।
ଭାରତୀୟଙ୍କ ଅଭିଯାନ ଶେଷ
ଏହି ପୁରୁଷ ମାରାଥାନ ରେସ୍‌ରେ ଭାରତର ଗୋପୀ ଥୋନାକାଲ ୨୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ୩୧ ବର୍ଷୀୟ ଗୋପୀ ୨ ଘଣ୍ଟା ୧୫ ମିନିଟ ୫୭ ସେକେଣ୍ଡ ସମୟ ନେଇଥିଲେ। ଏହି ମାରାଥନ ଇଭେଣ୍ଟରେ ମୋଟ ୫୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଗୋପୀ ପୂର୍ବରୁ ୨୦୧୭ରେ ଚାଇନାରେ ଏସିଆନ ମାରାଥନ ଟାଇଟଲ ହାସଲ କରିଥିଲେ। ସେ ୨:୧୫: ୪୮ ସମୟ ନେଇଥିଲେ। ୨:୧୩:୩୯ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ୨୫ତମ ସ୍ଥାନରେ ରହିଥିଲେ। ସେହିପରି ୨୦୧୭ ବିଶ୍ୱ ଚାମ୍ପିୟଶିପ୍‌ରେ ସେ ୨୮ତମ ସ୍ଥାନରେ ରହିଥିଲେ।
ଏସିଆନ ଚାମ୍ପିୟନ ଗୋପୀଙ୍କ ବିଦାୟ ପରେ ଏହି ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ବିନା ପଦକରେ ଭାରତୀୟ ଖେଳାଳିମାନେ ଘରକୁ ଫେରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ପଦକ ହାସଲ କରିବ ବୋଲି ଆଶା ମଧ୍ୟ କରାଯାଇ ନ ଥିଲା। ତେବେ ଏହି ମେଗା ଇଭେଣ୍ଟରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ଅପେକ୍ଷାକୃତ ଭଲ ହୋଇଛି। ଭାରତୀୟ ଖେଳାଳିମାନେ ୩ଟି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ମିକ୍ସଡ ୪ ଗୁଣା ୪୦୦ମି. ରିଲେ, ପୁରୁଷ ୩୦୦୦ମି ଷ୍ଟିପଲଚେଜ୍‌ ଓ ମହିଳା ଜାଭେଲିନ ଥ୍ରୋରେ ଭାରତୀୟ ଖେଳାଳି ଫାଇନାଲକୁ ଉଠିଥିଲେ ମଧ୍ୟ ପଦକ ହାସଲ କରିପାରି ନ ଥିଲେ। ଉଲ୍ଲେଖଥାଉ କି, ୨୦୦୩ରେ ଅଞ୍ଜୁ ବବି ଜର୍ଜ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଏହି ମେଗା ଇଭେଣ୍ଟରେ ଭାରତ ପାଇଁ ଏକମାତ୍ର ପଦକ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri