Posted inଖେଳ

ବିଶ୍ୱ ଚାମ୍ପିୟନଶିପ୍‌: ୧୮ ବର୍ଷ ପରେ ଇଥିଓପିଆକୁ ସ୍ବର୍ଣ୍ଣ

ଦୋହା,୭।୧୦(ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଆଥଲେଟିକ ବିଶ୍ୱ ଚାମ୍ପିୟନଶିପ୍‌ରେ ଇଥିଓପିଆର ଲେଲିସା ଡେସିସା ପୁରୁଷ ମାରାଥନ ରେସ୍‌ରେ ପ୍ରଥମସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏଥିସହିତ ଦୀର୍ଘ ୧୮ ବର୍ଷ ପରେ ଏହି ମେଗା ଇଭେଣ୍ଟରେ ଇଥିଓପିଆର କୌଣସି ଧାବକ ମାରାଥନରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ୨୦୦୧ରେ ଶେଷଥର ପାଇଁ ଇଥିଓପିଆ ଧାବକ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ରବିବାର ଅନୁଷ୍ଠିତ ଏହି ରେସ୍‌ରେ ୨୯ ବର୍ଷୀୟ ଡେସିସା ୨ ଘଣ୍ଟା ୧୦ ମି. ୪୦ ସେକେଣ୍ଡ ସମୟ ନେଇ ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ସେହିପରି ଇଥିଓପିଆର ଅନ୍ୟତମ ଧାବକ ମୋସିନେଟ ଜେରେମିୟୁ ୨ ଘଣ୍ଟା ୧୦ ମିନିଟ୍‌ ୪୪ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ଜିତିଛନ୍ତି। ଅନ୍ୟପଟେ କେନିଆର ଆମେରସ କିପ୍ରୁଟୋ ୨ ଘଣ୍ଟା ୧୦ ମିନିଟ ଓ ୫୧ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଦେସିସା ଏହାପୂର୍ବରୁ ବୋଷ୍ଟନ ମାରାଥନରେ ଦୁଇଥର ଚାମ୍ପିୟନ ହୋଇଥିଲେ।
ଭାରତୀୟଙ୍କ ଅଭିଯାନ ଶେଷ
ଏହି ପୁରୁଷ ମାରାଥାନ ରେସ୍‌ରେ ଭାରତର ଗୋପୀ ଥୋନାକାଲ ୨୧ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛନ୍ତି। ୩୧ ବର୍ଷୀୟ ଗୋପୀ ୨ ଘଣ୍ଟା ୧୫ ମିନିଟ ୫୭ ସେକେଣ୍ଡ ସମୟ ନେଇଥିଲେ। ଏହି ମାରାଥନ ଇଭେଣ୍ଟରେ ମୋଟ ୫୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଗୋପୀ ପୂର୍ବରୁ ୨୦୧୭ରେ ଚାଇନାରେ ଏସିଆନ ମାରାଥନ ଟାଇଟଲ ହାସଲ କରିଥିଲେ। ସେ ୨:୧୫: ୪୮ ସମୟ ନେଇଥିଲେ। ୨:୧୩:୩୯ ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ୨୦୧୬ ରିଓ ଅଲିମ୍ପିକ୍ସରେ ସେ ୨୫ତମ ସ୍ଥାନରେ ରହିଥିଲେ। ସେହିପରି ୨୦୧୭ ବିଶ୍ୱ ଚାମ୍ପିୟଶିପ୍‌ରେ ସେ ୨୮ତମ ସ୍ଥାନରେ ରହିଥିଲେ।
ଏସିଆନ ଚାମ୍ପିୟନ ଗୋପୀଙ୍କ ବିଦାୟ ପରେ ଏହି ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତର ଅଭିଯାନ ଶେଷ ହୋଇଛି। ବିନା ପଦକରେ ଭାରତୀୟ ଖେଳାଳିମାନେ ଘରକୁ ଫେରିଛନ୍ତି। ବିଶ୍ୱ ଚାମ୍ପିୟନଶିପ୍‌ରେ ଭାରତ ପଦକ ହାସଲ କରିବ ବୋଲି ଆଶା ମଧ୍ୟ କରାଯାଇ ନ ଥିଲା। ତେବେ ଏହି ମେଗା ଇଭେଣ୍ଟରେ ଭାରତୀୟ ଆଥଲେଟଙ୍କ ପ୍ରଦର୍ଶନ ଅପେକ୍ଷାକୃତ ଭଲ ହୋଇଛି। ଭାରତୀୟ ଖେଳାଳିମାନେ ୩ଟି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ। ମିକ୍ସଡ ୪ ଗୁଣା ୪୦୦ମି. ରିଲେ, ପୁରୁଷ ୩୦୦୦ମି ଷ୍ଟିପଲଚେଜ୍‌ ଓ ମହିଳା ଜାଭେଲିନ ଥ୍ରୋରେ ଭାରତୀୟ ଖେଳାଳି ଫାଇନାଲକୁ ଉଠିଥିଲେ ମଧ୍ୟ ପଦକ ହାସଲ କରିପାରି ନ ଥିଲେ। ଉଲ୍ଲେଖଥାଉ କି, ୨୦୦୩ରେ ଅଞ୍ଜୁ ବବି ଜର୍ଜ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ୍‌ ପଦକ ହାସଲ କରିଥିଲେ। ଏହି ମେଗା ଇଭେଣ୍ଟରେ ଭାରତ ପାଇଁ ଏକମାତ୍ର ପଦକ ସାବ୍ୟସ୍ତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁ ହଠାତ୍‌ ସ୍ଥଗିତ ରହିଲା ୨ଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌

ଢାକା,୩୦।୧୨: ଆଜି ସକାଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଯୋଗୁ ବାଂଲାଦେଶ କ୍ରିକେଟ ବୋର୍ଡ ମଙ୍ଗଳବାର, ଡିସେମ୍ବର ୩୦, ୨୦୨୫ରେ ହେବାକୁ ଥିବା ଉଭୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri