Categories: ଫୁରସତ

ବିଶ୍ୱ ଖେଳକୁଦ ଦିବସ

ମୁମ୍ବାଇ: ପ୍ରତିବର୍ଷ ମେ ୭ରେ ବିଶ୍ୱ ଖେଳକୁଦ ଦିବସ ପାଳନ କରାଯାଇଥାଏ। ଖେଳକୁଦର ମହତ୍ୱ ଯୁବପିଢ଼ି ବୁଝିବା ଓ ଏନେଇ ଲୋକଙ୍କୁ ସଚେତନ କରାଇବା ଏହି ଦିବସର ପ୍ରଧାନ କାର୍ଯ୍ୟ। ବିଭିନ୍ନ ବିଦ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକରେ ଏହାକୁ ପ୍ରଧାନ୍ୟ ଦିଆଯାଇଥାଏ। ମଣିଷର ଶାରୀରିକ ଅଭିବୃଦ୍ଧି, ମାନସିକ ଶାନ୍ତି ଓ ସ୍ବାସ୍ଥ୍ୟ ସଂକଟକୁ ଏହା ଦୂର କରିଥାଏ। ଯୁବପିଢ଼ିଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି, ଯୋଗଦାନ ଲାଗି ଇଣ୍ଟରନ୍ୟାଶନାଲ ଆମେଚିଓର ଆଥ୍‌ଲେଟିକ୍ସ ଫେଡେରେଶନ(ଆଇଏଏଏଫ୍‌) ପକ୍ଷରୁ ଏହି ଦିବସକୁ ଆରମ୍ଭ କରାଯାଇଛି। ପ୍ରଥମ ଥର ଲାଗି ତତ୍କାଳିନ ଆଇଏଏଏଫ୍‌ ଅଧ୍ୟକ୍ଷ ପ୍ରାଇମୋ ନେବିଓଲୋଙ୍କ ଦ୍ୱାରା ୧୯୯୬ରେ ଏହି ଦିସବକୁ ପାଳନ କରାଯାଇଥିଲା। ୧୯୧୨ରେ ସ୍ବିଡେନ୍‌ରେ ଆଇଏଏଏଫ୍‌ ପ୍ରତିଷ୍ଠା ହେବା ପରେ ଟ୍ରାକ୍‌ ଓ ଫିଲ୍ଡ ଆଥ୍‌ଲେଟିକ୍ସକୁ ଗୁରୁତ୍ୱ ଦିଆଯାଇଥିଲା। ଏବେ ବିଶ୍ୱରେ ଶତାଧିକ କ୍ରୀଡ଼ା ଓ ଖେଳକୁଦ ସଂଘ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଜାତୀୟ, ମହାଦେଶୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ଓ କାର୍ଯ୍ୟକ୍ରମମାନ ହେଉଛି। ଯୁବପିଢ଼ି ଏଥିପ୍ରତି ବିଶେଷ ଆଗ୍ରହ ଦେଖାଉଛନ୍ତି। ଓ୍ବାକିଂ, ଥ୍ରୋଇଂ, ଜମ୍ପିଂ, ରନିଂ ଭଳି ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଏହି ଦିବସରେ ଅନୁଷ୍ଠିତ ହୋଇଥାଏ। ଆଥ୍‌ଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ(ଏଏଫ୍‌ଆଇ) ୧୯୪୬ରେ ଗଠନ ହେବା ପରେ ଆଇଏଏଏଫ୍‌ର ସଦସ୍ୟ ହୋଇସାରିଛି। ପିଲାବେଳୁ ସ୍କୁଲ କଲେଜରେ ଖେଳକୁଦ ପ୍ରତି ଆଗ୍ରହ ଜନ୍ମାଇବା, ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟିକରିବା ସହ ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ା ଭଳି ମହାକୁମ୍ଭ ଲାଗି ପ୍ରସ୍ତୁତ କରିବା ଏହି ଦିବସର ଉଦ୍ଦେଶ୍ୟ। ଚଳିତବର୍ଷ କରୋନା ମହାମାରୀ ଯୋଗୁ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଭଳି ସ୍ଥିତିରେ କୌଣସି କାର୍ଯ୍ୟକ୍ରମ ନ କରିବା ଲାଗି ସରକାର ନିର୍ଦ୍ଦେଶନାମକା ଜାରି କରିଛନ୍ତି।

Share