ବିଶ୍ୱ ଏଡ୍‌ସ ଦିବସ : ସଚେତନ ରାଲି

ରାଜନଗର,୧।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡ. ରଶ୍ମି ମହାନ୍ତିଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟକେନ୍ଦ୍ର କର୍ମଚାରୀ, ଆଶା କର୍ମୀ ଅଙ୍ଗନଓ୍ବାଡ଼ି କର୍ମଚାରୀ ଏକ ରାଲିରେ ବାହାରି ସହର ପରିକ୍ରମା କରିବା ସହ ଲୋକଙ୍କୁ ସଚେତନ କରାଇଥିଲେ।