ଭୁବନେଶ୍ୱର,୭।୧୦:ବିଶ୍ୱର ଲୋକପ୍ରିୟ ଜୁଏଲେରି ବ୍ରାଣ୍ଡ୍ ଜୟଆଲୁକ୍କାସ୍ ଜୁଏଲେରି ଭାରତ ବଜାରରେ ତା’ର ଅବସ୍ଥିତି ଜାହିର ସାଙ୍ଗକୁ ଶାଖା ବିସ୍ତାର କରିଚାଲିଛି। ଏପରିକି ଖୁବ୍ଶୀଘ୍ର ଭୁବନେଶ୍ୱରର ଶହୀଦନଗର(ଜନପଥ)ଠାରେ ତା’ର ପ୍ରଥମ ଷ୍ଟୋର (ଶୋ’ରୁମ୍) ଖୋଲିବାକୁ ଯାଉଛି। ବିଶେଷକରି ସହରର ଅଳଙ୍କାରପ୍ରେମୀମାନେ ଶୋ’ରୁମ୍ ଉଦ୍ଘାଟନ ଅବସରରେ ଆକର୍ଷଣୀୟ ଅଫର ପାଇପାରିବେ। ଏହି ଅତ୍ୟାଧନୁକି ଶୋ’ରୁମ୍ ବିଶ୍ୱସ୍ତରୀୟ ଶୈଳୀ ଅନୁଯାୟୀ ଡିଜାଇନ ହୋଇଛି। ଏଥିରେ ରହିଥିବା ପ୍ରିମିୟମ ବୈଶିଷ୍ଟ୍ୟ ଓ ସୁବିଧା ଅଳଙ୍କାର ପ୍ରେମୀମାନଙ୍କୁ ସୁଖଦ ତଥା ଅଭିନବ ଶପିଂ ଅନୁଭୂତି ପ୍ରଦାନ କରିବ। ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୧୬ ପୂର୍ବାହ୍ନ ୧୧.୩୦ ସମୟରେ ଶୋ’ରୁମ୍ର ଉଦ୍ଘାଟନୀ ସମାରୋହ କାର୍ଯ୍ୟକ୍ରମ ରହିଛି। ଏହାର ଆଧୁନିକ ସାଜସଜ୍ଜା ସହ ଭୁବନେଶ୍ୱର ବାସିନ୍ଦାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଯଥେଷ୍ଟ ଶପିଂ ଏବଂ ପାର୍କିଂ ସ୍ଥାନ ରଖାଯାଇଛି। ଉଦ୍ଘାଟନୀ ସମାରୋହ ଅବସରରେ ଆକର୍ଷଣୀୟ ଅଫର ଦିଆଯିବ। ଗ୍ରାହକମାନେ ଶୋ’ରୁମ୍ ପରିଦର୍ଶନ କରି ବିଶ୍ୱସ୍ତରୀୟ ଆଧୁନିକ ଏବଂ ଉତ୍କୃଷ୍ଟ ଗହଣା ସମ୍ଭାର ଦେଖିପାରିବେ ଏବଂ ପୂର୍ବରୁ କେବେ ଦେଖି ନ ଥବା ଅତୁଳନୀୟ ଗହଣା କିଣିବାର ଅନୁଭୂତି ମଧ୍ୟ ପାଇପାରିବେ। ଏ ସମ୍ପର୍କରେ ଜୟଆଲୁକ୍କାସ୍ ଇଣ୍ଡିଆ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ (ଏମ୍ଡି) ଜୟ ଆଲୁକ୍କାସ୍ କହଛନ୍ତି, ଆମେ ଅତୁଳନୀୟ ଗହଣା କିଣିବା ଅନୁଭୂତି ପ୍ରଦାନ କରିବା ଲାଗି ସଙ୍କଳ୍ପବଦ୍ଧ ଏବଂ ଭୁବନେଶ୍ୱରବାସୀ ନିଶ୍ଚିତ ଭାବେ ଏହି ଅନୁଭୂତି ହାସଲ କରିପାରିବେ। ବିଶେଷକରି ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ, ଆମେ ସେମାନଙ୍କୁ ଶ୍ରେଷ୍ଠ ଓ ବ୍ୟାପକ ଶ୍ରେଣୀର ଅଳଙ୍କାର ସମ୍ଭାର ଯୋଗାଇଦେବାକୁ ଲକ୍ଷ୍ୟ ରଖିଛୁ। ଏଠାକାର ଅଳଙ୍କାରପ୍ରେମୀ ଗ୍ରାହକମାନଙ୍କୁ ପ୍ରିମିୟମ ଏବଂ ବାଧାମୁକ୍ତ ଅନୁଭୂତି ପ୍ରଦାନ କରିବା ଲାଗି ମୋର ସହଯୋଗୀମାନେ ମଧ୍ୟ ପ୍ରସ୍ତୁତ ରହିଛନ୍ତି। ଆମ ଷ୍ଟୋରର ସୁନ୍ଦର ବାତାବରଣ, ଗହଣାର ବିସ୍ତୃତ ସମ୍ଭାର, ଶ୍ରେଷ୍ଠତମ ଗ୍ରାହକ ସେବା ସହ ଆକର୍ଷଣୀୟ ଉଦ୍ଘାଟନୀ ଅଫର ଓ ଉପହାର ଗ୍ରାହକଙ୍କ ଖୁସିକୁ ଦୁଇଗୁଣିତ କରି ଦେବ। ଶୋ’ରୁମ୍ ଉଦ୍ଘାଟନୀ ସମାରୋହକୁ ଆସିବା ସହ ଏକ ଆନନ୍ଦଦାୟକ ଅଳଙ୍କାର ଶପିଂ ଅନୁଭୂତି ହାସଲ କରିବା ଲାଗି ମଁୁ ସମସ୍ତ ଭୁବନେଶ୍ୱରବାସୀଙ୍କୁ ସ୍ବାଗତ ଜଣାଉଛି।
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…
ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…
ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ
କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…
Archives

