Categories: ଫୁରସତ

ବିଶ୍ୱର ସେହି ୫ଟି ରହସ୍ୟ, ଯାହା ଏବେ ବି ଲୁକ୍କାୟିତ ହୋଇ ରହିଛି

ବିଶ୍ୱରେ ଏଭଳିି ଅଜବ ରହସ୍ୟ ରହିଛି ଯାହା ଆଜି ବି ଲୁକ୍କାୟିତ ହୋଇ ରହିଛି। ବୈଜ୍ଞାନିକମାନେ ଆଜିଯାଏ ଏହାର ଉତ୍ତର ପାଇପାରି ନାହାନ୍ତି। ଆସନ୍ତୁ ଜାଣିବା କିଛି ଏଭଳି ରହସ୍ୟ ବିଷୟରେ, ଯାହା ସମସ୍ତଙ୍କ ପାଇଁ ଏକ ପ୍ରହେଳିକା ହୋଇ ରହିଛି।


ଡ୍ୟାନ୍ସିଂ ପ୍ଲେଗ:୧୫୧୮ରେ ଫ୍ରାନ୍ସର ଷ୍ଟାସ୍‌ବର୍ଗରେ ହଠାତ୍‌ ବହୁ ଲୋକ ନାଚିବାକୁ ଆରମ୍ଭ କରିଥିଲେ। ଦିନରୁ ରାତି ହୋଇଯାଉଥିବା ବେଳେ ରାତିରୁ ଦିନ ମଧ୍ୟ ହୋଇଯାଇଥାଏ। ହେଲେ ସେମାନଙ୍କ ନାଚିବା ବନ୍ଦ ହୁଏ ନାହିଁ। ଏଭଳି ନାଚୁ ନାଚୁ ବହୁ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେଠାକାର ଲୋକ ଏହାକୁ ‘ଡ୍ୟାନ୍ସିଂ ପ୍ଲେଗ’ ନାମରେ ନାମିତ କରିଥିଲେ। ହେଲେ ଏହି ରହସ୍ୟ ଆଜିଯାଏ ପ୍ରହେଳିକା ହୋଇ ରହିଛି ଯେ, କାହିଁକି ଓ କ’ଣ ପାଇଁ ଏମାନଙ୍କର ମୃତ୍ୟୁ ହୋଇଥିଲା।


ନାଜକା ଲାଇନ୍ସ: ପେରୁର ନାଜକା ମରୁଭୂମିରେ କିଛି ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ଏହି ଚିତ୍ର ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟ ହୋଇ ରହିଛି। କୁହାଯାଏ, ଏହି ସବୁ ଚିତ୍ର ୨ଶହ ଶତାବ୍ଦୀ ପୂର୍ବରୁ ଏଠାରେ ରହିଛି। ତେବେ କିଛି ଲୋକଙ୍କ କହିବା ଅନୁସାରେ, ଏଠାରେ ଏଲିଆନ୍ସର ବିମାନ ଅର୍ଥାତ୍‌ ୟୁଏଫ୍‌ଓ ଓହ୍ଲାଇଥିଲା। ଏହା ହେଉଛି ତା’ର ଚିହ୍ନ। ହେଲେ ଆଜି ବି ଏହା ରହସ୍ୟ ହୋଇ ରହିଛି।


ଡେଥ୍‌ ଭ୍ୟାଲି: କାଲିଫର୍ନିଆର ଡେଥ୍‌ ଭ୍ୟାଲିରେ ଅଲଗା ଅଲଗା ଓଜନର ପଥରମାନ ରହିଛି। ଯାହାକୁ ଦେଖିଲେ ଲାଗିବ ପଥରଗୁଡିକ ଯେଭଳି ଆଗକୁ ବଢ଼ୁଛି। ଆଉ ଏହା ଗତିଶୀଳ ବୋଲି ପ୍ରମାଣ ମଧ୍ୟ ମିଳିସାରିଛି, ହେଲେ କିଏ ଏହାକୁ ଗତିଶୀଳ କରାଉଛି ତାହା ଏକ ପ୍ରହେଳିକା ହୋଇ ରହିଛି।


ଡେଭିଲ୍ସ ଓ୍ବାଟରଫଲ: ମିନେସୋଟା ଡେଭିଲ୍ସ ଓ୍ବାଟରଫଲ ବିଶ୍ୱର ରହସ୍ୟମୟ ଝରଣା ଭାବେ ରହିଛି। ପାହାଡ଼ ଉପରୁ ଏହି ଝରଣାର ପାଣି ୨ଧାରାରେ ପଡ଼ିଥାଏ। ହେଲେ ଏଥିରୁ ଗୋଟିଏ ଧାରା ତଳକୁ ଆସି ପାଣି ସାମାନ୍ୟ ବୋହୁଥିବା ବେଳେ ଅନ୍ୟ ଧାରାଟି ଏକ ବଡ଼ କଣାରେ ପଡ଼ି କୁଆଡେ ଉଭେଇ ଯାଇଥାଏ। ତାହା କାହାକୁ ବି ଜଣାନାହିଁ ଯେ ପାଣି ଶେଷରେ ଯାଉଛି କୁଆଡ଼େ। ଏହି ରହସ୍ୟ ଆଜି ବି ଖୋଲିପାରିନି।


ଷ୍ଟୋନହେଞ୍ଜ: ଇଂଲଣ୍ଡର ଓ୍ବିଲ୍ଟଶାୟରରେ ଥିବା ଷ୍ଟୋନହେଞ୍ଜ ଏବେ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପ୍ରହେଳିକା ହୋଇ ରହିଛି। ଗ୍ରାନାଇଟର ଏହି ବିଶାଳ ପଥରରେ ଆଠଟି ଭାଷାରେ ଲେଖାଯାଇଛି। ଇଂଲିଶ୍‌, ସ୍ପେନିଶ୍‌, ସ୍ବାହିଲି, ହିନ୍ଦୀ, ହିବ୍ରୁ, ଅରବି, ଚାଇନିଜ୍‌ ଓ ରଷିଆନ ଭାଷାରେ ଲେଖାହୋଇଥିବା ଏହି ଲାଇନ ଏବେ ବି ରହସ୍ୟ ହୋଇ ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହି ପଥରରେ କିଛି ଗ୍ରହନକ୍ଷତ୍ର ସମ୍ବନ୍ଧୀୟ ବିଶେଷତ୍ୱ ରହିଛି। କିନ୍ତୁ ଏହି ପଥରରେ ଲେଖାଯାଇଥିବା ଲାଇନର ଅର୍ଥ ଆଜିଯାଏ କେହି ଜାଣିପାରିନାହାନ୍ତି।

Share