Categories: ଫୁରସତ

ବିଶ୍ୱର ସବୁଠୁ ଲମ୍ବା ଜିଭ ଥିବା ବ୍ୟକ୍ତି

ଦୁନିଆରେ ଏଭଳି କିଛି ଲୋକଙ୍କୁ ଦେଖିଥିବେ, ଯେଉଁମାନେ ନିଜର ଅଦ୍ଭୁତ କଳା କାର୍‌ନାମା ପାଇଁ ବିଶ୍ୱବାସୀଙ୍କୁ ଚକିତ କରି ରଖିଥାନ୍ତି। ଏମିତି ଜଣେ ବ୍ୟକ୍ତି ହେଲେ ନେପାଳର ଯଜ୍ଞ ବାହାଦୂର କଟୁୱାଲ୍‌। ଶୁଣିବାକୁ ମିଳୁଛି, ବ୍ୟକ୍ତିଙ୍କ ଜିଭ ଏତେ ଲମ୍ବା ଯେ ସେ ଖୁବ୍‌ ସହଜରେ ତା’ ସାହାଯ୍ୟରେ ମଥାକୁ ଚାଟିପାରନ୍ତି। ଯଜ୍ଞଙ୍କର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ସବୁଠୁ ଲମ୍ବା ଜିଭଥିବା ବ୍ୟକ୍ତି ଲାଗିଛି। ସେ ଜିଭକୁ ଲମ୍ବା କରି ମଥା ପର୍ଯ୍ୟନ୍ତ ନେଉଥିବାର ଦୃ୍ଯଯ ଭିଡିଓରେ ରହିଛି। ଯଜ୍ଞଙ୍କ କହିବା ଅନୁସାରେ, ସେ ଖୁବ୍‌ ସହଜରେ ଜିଭ ଦ୍ୱାରା ନାକକୁ ସମ୍ପୂର୍ଣ୍ଣ ଢାଙ୍କି ବି ପାରୁଛନ୍ତି। ଯଜ୍ଞଙ୍କର ଜଣେ ବନ୍ଧୁ ଭିଡିଓକୁ ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ବହୁଳ ମାତ୍ରାରେ ଶେୟାର୍‌ କରାଯାଉଛି। ଏହି ଭିଡିଓ ପାଇଁ ଯଜ୍ଞଙ୍କ ଏବେ ବେଶ୍‌ ଲୋକପ୍ରିୟ ହେବାକୁ ଆରମ୍ଭ କଲେଣି। ଜିଭ ଦ୍ୱାରା ନାକକୁ ଢାଙ୍କିବା ଏବଂ ମଥା ଚାଟିକା କିଛି କମ୍‌ କଥା ନୁହେଁ। ବଡ଼ ବଡ଼ ମହାରଥି ବି ଏଭଳି କାର୍‌ନାମା କରିବାକୁ ପଛଘୁଞ୍ଚା ଦେଉଥିବା ବେଳେ ଯଜ୍ଞଙ୍କ ପ୍ରୟାସକୁ ସବୁଆଡ଼ୁ ପ୍ରଶଂସିତ କରାଯାଉଛି। ଏବେ ସେ ସବୁଠୁ ଲମ୍ବା ଜିଭ ଥିବା ବ୍ୟକ୍ତି ଭାବେ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ସ୍ଥାନ ପାଇବାକୁ ଚେଷ୍ଟା ଚଳାଇଛନ୍ତି।

Share