Categories: ଫୁରସତ

ବିଶ୍ୱର ସବୁଠୁ ବଡ଼ ବେଙ୍ଗ, ଓଜନ ୩ କେଜିରୁ ଊର୍ଦ୍ଧ୍ୱ

ବର୍ଷାଋତୁରେ ବିଭିନ୍ନ ପ୍ରକାର ବେଙ୍ଗ ଦେଖିବାକୁ ମିଳିଥାନ୍ତି। ସାଧାରଣତଃ ଗୋଟିଏ ବେଙ୍ଗର ଓଜନ ଅଧକେଜିରୁ ଏକ କେଜି ଭିତରେ ହୋଇଥାଏ। କିନ୍ତୁ ଏମିତି ଏକ ପ୍ରଜାତିର ବେଙ୍ଗ ରହିଛି ଯାହାର ଓଜନ ୩ କେଜିରୁ ଅଧିକ। ଏପରି ବେଙ୍ଗ ଆଫ୍ରିକାରେ ଦେଖିବାକୁ ମିଳେ। ଗୋଲିୟଥ୍‌ ପ୍ରଜାତିର ବେଙ୍ଗର ଓଜନ ୩ କେଜିରୁ ଊର୍ଦ୍ଧ୍ୱ।

SONY DSC

ବର୍ଲିନର ନ୍ୟାଚୁରାଲ୍‌ ହିଷ୍ଟ୍ରି ମ୍ୟୁଜିୟମ ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଯାହା ଜଣାପଡ଼ିଛି ତାହା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏପରିକି ଏହି ପ୍ରଜାତିର ବେଙ୍ଗ ନିଜେ ରହିବା ପାଇଁ ପୋଖରୀ ଖୋଳିଥାନ୍ତି। ପୋଖରୀ ଖୋଳିବା ସମୟରେ ବଡ଼ବଡ଼ ପଥରକୁ ହଟାଇବାରେ ଏହି ବେଙ୍ଗ ସକ୍ଷମ ହୋଇଥାନ୍ତି। ଏହାର ଓଜନ ୩.୩ କେଜି। ଉଚ୍ଚତା ୧୩ ଇଞ୍ଚ। ନିଜର ଛୁଆଙ୍କୁ କୌଣସି ଜୀବଜନ୍ତୁଙ୍କ ଶିକାରରୁ ରକ୍ଷା କରିବା ପାଇଁ ଏହି ବେଙ୍ଗ ପୋଖରୀରେ ଗାତ ଖୋଳି ଗୁପ୍ତ ଭାବରେ ରଖିଥାଏ। ସମ୍ପୂର୍ଣ୍ଣ ବର୍ଷା ଉପରେ ନିର୍ଭର କରିଥାନ୍ତି ଏହି ବେଙ୍ଗ। ଏପରିକି ଗୋଟିଏ ପୋଖରୀ ନିକଟରେ ଆଉ ଗୋଟିଏ ପୋଖରୀ ଖୋଳିଥାନ୍ତି। ଗୋଟିଏ ଶୁଖିଗଲେ ଅନ୍ୟଟିରେ ଜୀବନ ବଞ୍ଚାଇ ପାରିବେ।

Share