Categories: ଫୁରସତ

ବିଶ୍ୱର ସବୁଠୁ ଦାମୀ ସାମ୍ବାଦିକା: ବର୍ଷକୁ ଦରମା ନିଅନ୍ତି ୧୪୮ କୋଟି

ବିଶ୍ୱର ସବୁଠାରୁ ଦାମୀ ସାମ୍ବାଦିକଙ୍କ ତାଲିକାର ଶୀର୍ଷରେ ଅଛନ୍ତି ମେଗନ କେଲୀ। ଗତବର୍ଷ ତାଙ୍କୁ ୧୩୩କୋଟି ଟଙ୍କା ଦରମା ମିଳିଥିବା ବେଳେ ଚଳିତ ବର୍ଷ ଏହା ଅଧିକ ୧୫କୋଟି ବଢ଼ିଛି। ଫଳରେ ଏବେ ସେ ବର୍ଷକୁ ୧୪୮ କୋଟି ଟଙ୍କା ଦରମା ପାଇବେ।

ମେଗନ ଜଣେ ଆମେରିକୀୟ ସାମ୍ବାଦିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ସର୍ବଦା ଟିପ୍ପଣୀ ରଖି ସେ ଚର୍ଚ୍ଚାକୁ ଆସିଥିଲେ। ଏକ କାର୍ଯ୍ୟକ୍ରମରେ ଟ୍ରମ୍ପ ତାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ପରେ ମେଗାନ ଏପରି କରୁଥିବା କୁହାଯାଏ। ଏବେ ସେ ଟ୍ରମ୍ପଙ୍କ ବିରୋଧରେ ମତ ରଖୁଥିବା ମହିଳାମାନଙ୍କୁ ନେଇ ଟିଭି ଶୋ’ କରୁଛନ୍ତି।

୧୩ ବର୍ଷ ଧରି ମେଗନ ଇଲେକ୍ଟ୍ରୋନିକ୍‌ ମିଡିଆରେ କାମ କରୁଛନ୍ତି। ଏବେ ସେ ଏନ୍‌ବିସି ଚ୍ୟାନେଲରେ ସାମ୍ବାଦିକା ଅଛନ୍ତି। ସେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର ନେଇଛନ୍ତି। କେବଳ ଯେ ସାମ୍ବାଦିକତା ତାହା ନୁହେଁ ବରଂ ତାଙ୍କ ଫ୍ୟାଶନ୍‌ ସେନ୍‌ସକୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହି ଆସୁଛନ୍ତି।

Share