Categories: ଫୁରସତ

ବିଶ୍ୱର ସବୁଠାରୁ ମହଙ୍ଗା ଫଳ: ଦାମ୍‌ ଜାଣି ହେବେ ଆଶ୍ଚର୍ଯ୍ୟ

ଅନେକ ସମୟରେ ବଜାରରେ ଫଳର ଦାମ ମହଙ୍ଗା ଥାଏ। ଏହାକୁ କିଣିବା ସମୟରେ ଯଦି କିଲୋଫିଛା କାହାରା ଦାମ ୪୦୦ କିମ୍ବା ୫୦୦ ଟଙ୍କା ହୋଇଯାଏ ତେବେ ତାହା ବହୁତ ମୂଲ୍ୟ ବୋଲି ଅନୁଭୂତ ହୋଇଥାଏ। ତେବେ ଏପରି କିଛି ଫଳ ଅଛି ଯାହାର କିଲୋ ପିଛା ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା। ଯାହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ କିଣିବା ତ ଦୂରର କଥା। ଜାଣନ୍ତୁ ଦୁନିଆର କିଛି ମହଙ୍ଗା ଫଳ ବିଷୟରେ, ଯାହା ଜଣେ ସାଧାରଣ ଲୋକ କିଣିବାକୁ ମଧ୍ୟ ଚିନ୍ତା କରିପାରିବ ନାହିଁ।

ଏ ହେଉଛି ୟୁବ୍ରୀ ଖରଭୁଜ ଯାହା ସବୁଠୁ ମହଙ୍ଗା ଫଳ । ଏହା ଜାପାନାରେ ହିଁ ମିଳିଥାଏ କାହିଁକିନା ଜାପାନର ବାହାରେ ଏହା କ୍ୱଚିତ ରପ୍ତାନୀ ହୋଇଥାଏ। ଏହାକୁ ସୂର୍ଯ୍ୟ କିରଣଠାରୁ ଦୂରରେ ଥିବା ଏକ ସବୁଜ ଗୃହରେ ଚାଷ କରାଯାଏ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ଯୋଡା ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା, ଗୋଟିଏର ଦାମ୍‌ ୧୦ ଲକ୍ଷ ଟଙ୍କା।

ତାଇୟୋ ନୋ ଟାମାଗୋ (ସୂର୍ଯ୍ୟର ଅଣ୍ଡା) ଏହା ହେଉଛି ଏକ ପ୍ରକାରର ଆମ୍ବ, ଯାହା ଦୁନିଆର ସବୁଠାରୁ ମହଙ୍ଗା ଆମ୍ବ ବୋଲି କୁହାଯାଏ। ଏହା ଜାପାନର ମିୟାଜାକି ପ୍ରଦେଶରେ ଚାଷ କରାଯାଏ ଏବଂ ତା’ପରେ ସାରା ଦେଶରେ ବିକ୍ରି ହୁଏ। ଏହି ଆମ୍ବର ଏକ କିଲୋ ମୂଲ୍ୟ ତିନି ଲକ୍ଷରୁ ଅଧିକ।

ଏହା ହେଉଛି ରୁବି ବା ରୋମାନର ଅଙ୍ଗୁର। ଜାପାନର ଏହି ପ୍ରଜାତିର ଅଙ୍ଗୁର ଦୁନିଆର ସବୁଠାରୁ ମହଙ୍ଗା ଫଳ ମଧ୍ୟରେ ସ୍ତାନପାଇଛି। ଗତ ବର୍ଷ ଏହି ଅଙ୍ଗୁରର ଏକ ପେନ୍ଥା ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା, ଯେଉଁଥିରେ ୨୪ଟି ଅଙ୍ଗୁର ଥିଲା। ମହଙ୍ଗା ହୋଇଥିବାରୁ ଏହାକୁ ‘ଧନୀମାନଙ୍କର ଫଳ’ ମଧ୍ୟ କୁହାଯାଏ।

ଏହି ହଳଦିଆ ସପୁରୀ ବିଶ୍ୱର ମହଙ୍ଗା ଫଳ ମଧ୍ୟରେ ଅନ୍ୟତମ ଏହା ଇଂଲଣ୍ଡ ‘ଗାର୍ଡେନ ଅଫ ହେଲିଗାନ’ ମିଳିଥାଏ। ଏହା ପ୍ରସ୍ତୁତ ହେବାକୁ ପ୍ରାୟ ଦୁଇ ବର୍ଷ ଲାଗେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କା।

ଆପଣ କେବେ ଏକ ବର୍ଗାକାର ତରଭୁଜ ଦେଖିଛନ୍ତି କି? କେବଳ ଗୋଲାକାର ନୁହେଁ ବରଂ ବଗାକାର୍ର ତରଭୁଜ ମଧ୍ୟ ଅଛି। ସେଗୁଡିକ ଜାପାନରେ ଚାଷ କରାଯାଏ । ଏହିପରି ଏକ ବର୍ଗ ତରଭୁଜର ମୂଲ୍ୟ ପ୍ରାୟ ୬୦ ହଜାର ଟଙ୍କା, ଯାହାର ଓଜନ ପ୍ରାୟ ପାଞ୍ଚ କିଲୋ ବାସ୍ତବରେ, ଏହି ତରଭୁଜଗୁଡିକ ବର୍ଗରେ ପରିଣତ ହୁଏ କାରଣ ସେଗୁଡ଼ିକ ଏକ ବର୍ଗ ବାକ୍ସ ଭିତରେ ଥାଏ।

Share