Categories: ଫୁରସତ

ବିଶ୍ୱର ଭିନ୍ନ ପ୍ରକାରର ଜୀବ: କାହାର ଥଣ୍ଟ ଚାମଚ ପରି, ଆଉ କିଏ ବିପରୀତ ଦିଗରୁ ଉଡ଼ିଥାଏ

ବିଶ୍ୱରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଦେଖିବାକୁ ସୁନ୍ଦର ତ ଆଉ କିଛି ଦେଖିଲେ ଡର ଲାଗିଥାଏ। ଜାଣିବା ସେମିତି କିଛି ଭିନ୍ନ ପ୍ରକାରର ଦେଖାଯାଉଥିବା ଜୀବଙ୍କ ବିଷୟରେ।


ଷ୍ଟାର ନୋଜ୍‌ଡ ମୋଲ: ଏହାର ମୁହଁ ଦେଖିବାକୁ ଭିନ୍ନ ପ୍ରକାରର। ଏହି ଜୀବର ସବୁଠାରୁ ଭଲ ଗୁଣ ହେଲା, ଏହା ପ୍ରତି ସେକେଣ୍ଡରେ ୧୩ଟି ଶିକାର କରିପାରେ। ଏତେ କମ୍‌ ସମୟରେ ମଣିଷ ମାତ୍ର ୨ ବା ୩ ଜଣଙ୍କୁ ଚିହ୍ନିଥାଏ।


ପ୍ଲାଟିପସ୍‌: ବତକ ପରି ମୁହଁ ଏବଂ ମୂଷା ପରି ଦେଖାଯାଉଥିବା ଏହି ଜୀବ ହେଉଛି ପ୍ଲାଟିପସ୍‌। ବିଶେଷଭାବେ ଏହା ଅଷ୍ଟ୍ରେଲିଆରେ ଦେଖାଯାଇଥାଏ। ଏହି ଜୀବର ବିଶେଷତ୍ୱ ହେଉଛି ଏହା ପାଣି ଭିତରେ ମଧ୍ୟ ନିଃଶ୍ୱାସ ନେଇ ବଞ୍ଚିପାରେ।


ଶୋବିଲ ପକ୍ଷୀ: ଶୋବିଲ ଦେଖିବାକୁ ରାମାୟଣର ଜଟାୟୁ ପରି। ଜଟାୟୁର ଥଣ୍ଟ ପରି ଏହାର ଥଣ୍ଟ। ଏହାକୁ ବିଶେଷଭାବେ ଆଫ୍ରିକାରେ ଦେଖିବାକୁ ମିଳିଥାଏ। ଶୋବିଲ ବିଜୁଳି ବେଗରେ ନିଜ ଶିକାର କରିଥାଏ।


ସ୍ପୁନ୍‌ବିଲ୍‌: ସ୍ପୁନ୍‌ବିଲର ଥଣ୍ଟ ଦେଖିବାକୁ ଚାମଚ ପରି। ବୋଧହୁଏ ସେଥିପାଇଁ ଏହାର ଏପରି ନାମକରଣ ହୋଇଛି।


ହମିଂ ବାର୍ଡ: ହମିଂ ବାର୍ଡ ବିଶ୍ୱର ସବୁଠାରୁ ଛୋଟ ପକ୍ଷୀ। ଏହି ପକ୍ଷୀର ବିଶେଷତ୍ୱ ହେଉଛି ଏହା ବିପରୀତ ଦିଗ ଅର୍ଥାତ୍‌ ପଛପଟୁ ମଧ୍ୟ ଉଡ଼ିପାରେ। ଖଣ୍ଡା ପରି ଏହାର ଥଣ୍ଟ ହୋଇଥିଲାବେଳେ ଶରୀରଠାରୁ ମଧ୍ୟ ବଡ଼।

Share