Categories: ଫୁରସତ

ବିଶ୍ୱର ବିପଦସଙ୍କୁଳ ରେଳମାର୍ଗ, ଯେଉଁଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ ସଙ୍ଗେ ସମାନ: ଏଥିରେ ରହିଛି ଭାରତ

ବିଶ୍ୱରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ। କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ ହୋଇଥାଏ। ଏସବୁ ସ୍ଥାନରେ ଟିକିଏ ଭୁଲ୍‌ରେ ଜୀବନ ଯିବାର ଆଶଙ୍କା ଥାଏ। ଯେଉଁଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି କୁହାଯାଏ। ତେବେ ଜାଣନ୍ତୁ ଏଭଳି କିଛି ବିପଦସଙ୍କୁଳ ରେଳ ଲାଇନ ସମ୍ପର୍କରେ…

ଏହିଭଳି ଏକ ବିପଦପୂର୍ଣ୍ଣ ରେଳଲାଇନ ଭାରତର ଚେନାଇ-ରାମେଶ୍ୱର ରେଳମାର୍ଗ, ଯାହା ୨ କିଲୋମିଟରଠାରୁ ଅଧିକ ଲମ୍ବା। ସମୁଦ୍ର ଉପରେ ଏହି ରେଳମାର୍ଗ ନିର୍ମାଣ ହୋଇଛି, ଯାହାକୁ ଅତିକ୍ରମ କରିବା ସମୟରେ ହୃଦସ୍ପନ୍ଦନ ବଢ଼ିଯାଏ।

ତେବେ ଏହିପରି ଅନ୍ୟ ଏକ ରେଳମାର୍ଗ ହେଉଛି ଜାପାନର ଆସୋ ମିନାମି, ଯେଉଁଠି ଆଗ୍ନେୟଗିରି ରହିଛି ଏବଂ ରେଳ କର୍ମଚାରୀଙ୍କୁ ଜଣା ନ ଥାଏ କେଉଁଠି କେତେବେଳେ ବିସ୍ଫୋରଣ ମଧ୍ୟ ହୋଇପାରେ।

ଆର୍ଜେଣ୍ଟିନାର ରେଳମାର୍ଗ ସବୁଠାରୁ ବିପଦପୂର୍ଣ୍ଣ, ଯାହାକୁ ନିର୍ମାଣ କରିବା ପାଇଁ ୨୭ ବର୍ଷ ଲାଗିଥିଲା। ଏହାର ଉଚ୍ଚତା ଏତେ ଅଧିକ ଯେ ଅତିକ୍ରମ କରିବା ସମୟରେ ତଳେ ବାଦଲ ଦେଖାଯାଇଥାଏ।

Share