ବିଶ୍ୱକୁ ବାଟ ବତାଇଛନ୍ତି ଏମାନେ

ଆଇସଲାଣ୍ଡରୁ ତାଇଓ୍ବାନ ଓ ଜର୍ମାନୀରୁ ନ୍ୟୁଜିଲାଣ୍ଡ ପର୍ଯ୍ୟନ୍ତ ମହିଳାମାନେ ବିଶ୍ୱକୁ ମହାମାରୀ କରୋନାରୁ ମୁକ୍ତିର ବାଟ ବତାଉଛନ୍ତି। ଫିନ୍‌ଲାଣ୍ଡ, ଆଇସ୍‌ଲାଣ୍ଡ ଓ ଡେନ୍‌ମାର୍କ ସବୁଠି ଏହି ଘାତକ ଭୂତାଣୁ ଗୋଟିଏ ବିଷୟ ସାମ୍ନାକୁ ଆଣିଛି ଯେ ମହିଳାମାନେ ହିଁ ସେମାନଙ୍କ ପରାକାଷ୍ଠା ଦେଖାଇ ପାରିଛନ୍ତି। ଅନେକେ କହିପାରନ୍ତି ଯେ, ଏଗୁଡ଼ିକ ଛୋଟ ଦେଶ ବା ଦ୍ୱୀପ କିମ୍ବା ଅନ୍ୟ କିଛି ବ୍ୟତିକ୍ରମ। କିନ୍ତୁ ଜର୍ମାନୀ ହେଉଛି ଏହି କ୍ଷେତ୍ରରେ ନେତୃତ୍ୱ ନେଉଥିବା ଏକ ବଡ଼ ଦେଶ, ଯାହା ଭିନ୍ନ ପରିଣାମ ନେଇ ଆସିଛି । ଏହି ନାରୀନେତ୍ରୀମାନେ ଆମକୁ ଏକ ଶକ୍ତି ପ୍ରଦାନକାରୀ ଆକର୍ଷଣୀୟ ବିକଳ୍ପର ଉପାୟ ବତାଉଛନ୍ତି। ଆସନ୍ତୁ ଜାଣିବା ସେମାନେ ଆମକୁ କି ଶିକ୍ଷା ଦେଉଛନ୍ତି…

ସତ:
ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ଆଗୁଆ ଛିଡ଼ାହୋଇ ଶାନ୍ତଭାବେ ଦେଶବାସୀଙ୍କୁ କହିଥିଲେ ଯେ, ଏହା ଏକ ମାରାମତ୍କ କୀଟ। ଏହି ଭୂତାଣୁ ଦେଶର ୭୦% ଜନସଂଖ୍ୟାକୁ ସଂକ୍ରମିତ କରିବ। ତେଣୁ ଏହାକୁ ଗମ୍ଭୀରତାର ସହ ନିଅ। ଦେଶବାସୀ ତାଙ୍କ ପରାମର୍ଶକୁ ମାନି କରୋନା ଭାଇରସ୍‌କୁ ହାଲୁକା ଭାବେ ଗ୍ରହଣ କରି ନ ଥିଲେ। ଦେଶରେ ସଂକ୍ରମଣ ଆରମ୍ଭ ହେବା ମାତ୍ରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଫଳରେ ପଡ଼ୋଶୀ ୟୁରୋପୀୟ ଦେଶଗୁଡ଼ିକ ତୁଳନାରେ ଜର୍ମାନୀକୁ ବେଶି କ୍ଷତି ସହିବାକୁ ପଡ଼ିଲା ନାହିଁ।
ଦୃଢ଼ତା:
କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ ତାଇଓ୍ବାନ ପ୍ରଧାନମନ୍ତ୍ରୀ ସାଇ ଇଙ୍ଗ୍‌-ଓ୍ବେନ୍‌। ଗତ ଜାନୁୟାରୀରେ ପ୍ରଥମଥର ଲାଗି ଦେଶରେ ଏକ ନୂଆ ରୋଗ ଦେଖିବାକୁ ମିଳିଥିଲା। ସଂକ୍ରମଣର ମୁକାବିଲା ପାଇଁ ସେ ଅନ୍ୟ ଦେଶଗୁଡ଼ିକ ଭଳି ଲକ୍‌ଡାଉନ୍‌ ନ କରି ୧୨୪ଟି ପଦକ୍ଷେପ ନେଇଥିଲେ। ଇଙ୍ଗ୍‌-ଓ୍ବେନ୍‌ ବର୍ତ୍ତମାନ ଆମେରିକା ଓ ୟୁରୋପକୁ ୧ କୋଟି ଫେସ୍‌ ମାସ୍କ ପଠାଉଛନ୍ତି। ଏହାକୁ ଅନ୍ତର୍ଜାତୀୟ ଗଣମାଧ୍ୟମ ‘ବିଶ୍ୱର ସର୍ବୋତ୍ତମ ଉପଚାର ମଧ୍ୟରୁ ଅନ୍ୟତମ’ ଭାବେ ଅଭିହିତ କରିଛି। ତାଇଓ୍ବାନରେ କରୋନା ସଂକ୍ରମଣଜନିତ ମୃତ୍ୟୁ ମାତ୍ର ୬ରେ ସୀମିତ ରହିଛି।
ସେହିପରି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନ ମଧ୍ୟ ବେଳ ଥାଉ ଥାଉ ବନ୍ଧ ବାନ୍ଧିଥିବାରୁ ସେଠାରେ ମୃତ୍ୟୁସଂଖ୍ୟା ୪ରୁ ଉପରକୁ ଉଠିପାରି ନାହିଁ। ଦେଶରେ ଲକ୍‌ଡାଉନ୍‌ ଘୋଷଣା ଓ ସର୍ବାଧିକ ସତର୍କତା ଜାରି କରାଯାଇଥିବାରୁ ସଂକ୍ରମଣ ପୂରା ନିୟନ୍ତ୍ରଣରେ ରହିଛି। ନ୍ୟୁଜିଲାଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ୬ରେ ସୀମିତ ଥିବାବେଳେ ଦେଶକୁ ପ୍ରବେଶ କରୁଥିବା ଲୋକଙ୍କୁ ଜାକିଣ୍ଡା ଆଗୁଆ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ବିଦେଶୀମାନଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଜାରି କରିଥିଲେ। ତାଙ୍କ ଦୃଢ଼ତା ଓ ସ୍ପଷ୍ଟତା ଏହି ଝଡ଼ରୁ ନ୍ୟୁଜିଲାଣ୍ଡବାସୀଙ୍କୁ ରକ୍ଷା କରିବାରେ ସହାୟକ ହୋଇଛି।
ଟେକ୍ନୋଲୋଜି:
ପ୍ରଧାନମନ୍ତ୍ରୀ କେଟରିନ୍‌ ଜାକବ୍ସଡୋଟିର୍‌ଙ୍କ ନେତୃତ୍ୱରେ ଆଇସ୍‌ଲାଣ୍ଡର ସମସ୍ତ ନାଗରିକଙ୍କ କରୋନା ଟେଷ୍ଟ ମାଗଣାରେ କରାଯାଉଛି। କୋଭିଡ୍‌-୧୯ ସଂକ୍ରମଣ ଓ ତତ୍‌ଜନିତ ମୃତ୍ୟୁ ହାରକୁ ନେଇ ଏହା ଏକ ଗୁରୁତ୍ୱପୂର୍ଣ୍ଣ କେସ୍‌ ଷ୍ଟଡି ହେବ। ଦକ୍ଷିଣ କୋରିଆରେ ଯେତିକି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି ଟେକ୍ନୋଲୋଜି ସହାୟତାରେ ତା’ର ୫ ଗୁଣା ଟେଷ୍ଟ ଆଇସ୍‌ଲାଣ୍ଡରେ କରାଯାଇଛି। ଏଠାରେ ଏକ ଟ୍ରାକିଂ ସିଷ୍ଟମ୍‌ ଜରିଆରେ ସଂକ୍ରମଣକୁ ରୋକାଯାଉଥିବାରୁ ଲକ୍‌ଡାଉନ୍‌ କିମ୍ବା ସ୍କୁଲ ବନ୍ଦ କରିବାକୁ ପଡ଼ିନାହିଁ।
ଅନୁରୂପ ଭାବେ ଗତ ଡିସେମ୍ବରରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିବା ସାନ୍ନା ମାରିନ୍‌ ହେଉଛନ୍ତି ଏହି ପଦବୀରେ ଅବସ୍ଥାପିତ ଦେଶର ସର୍ବକନିଷ୍ଠ ନେତ୍ରୀ। କରୋନା ସଙ୍କଟ ବେଳେ ଲଢ଼େଇ ଲାଗି ସୋସିଆଲ ମିଡିଆରେ ପ୍ରଭାବ ସୃଷ୍ଟିକାରୀଙ୍କୁ ମୁଖ୍ୟ ଏଜେଣ୍ଟ ଭାବେ ବ୍ୟବହାର କରି ସେ ସହସ୍ରାବ୍ଦୀର ନେତ୍ରୀ ଭାବେ ଉଭା ହୋଇଛନ୍ତି।
ପ୍ରେମ:
ନରଓ୍ବେ ପ୍ରଧାନମନ୍ତ୍ରୀ ଏର୍ନା ସୋଲ୍‌ବର୍ଗ ଟେଲିଭିଜନ ଜରିଆରେ ଦେଶର ପିଲାମାନଙ୍କ ସହ ପ୍ରତ୍ୟକ୍ଷ ଭାବେ କଥା ହେବା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି। ତାଙ୍କ ଖବରଦାତା ସମ୍ମିଳନୀକୁ କୌଣସି ବୟସ୍କ ବ୍ୟକ୍ତିକୁ ଯିବାକୁ ଅନୁମତି ମିଳୁନାହିଁ। କରୋନା ଭାଇରସ୍‌ର ନିରାକରଣ ସମ୍ପର୍କିତ ପିଲାମାନଙ୍କ ପ୍ରଶ୍ନର ଉତ୍ତର ସେ ଦେଉଛନ୍ତି। ଏହା ଟିଭିରେ ପ୍ରସାରିତ ହେବା ପରେ ଦେଶବାସୀ ଅଧିକ ସଚେତନ ହେଉଛନ୍ତି।
ସାଧାରଣତଃ ଉପରୋକ୍ତ ମହିଳା ନେତ୍ରୀମାନଙ୍କ ସହାନୁଭୂତି ଓ ଯନତ୍ ଏକ ବିକଳ୍ପ ବିଶ୍ୱରୁ ଆସିଥିବା ଭଳି ମନେହେଉଛି। ସତେ ଯେମିତି ଏହି ନେତ୍ରୀମାନଙ୍କ ବାହୁ ଦେଶବାସୀଙ୍କୁ ଖୁବ୍‌ ନିକଟରୁ ସହୃଦୟେ ଆଲିଙ୍ଗନ କରିବା ଲାଗି ସେମାନଙ୍କ ଭିଡିଓରୁ ବାହାରି ଆସୁଛି। ଏବେ କରୋନା ସଙ୍କଟର ମୁକାବିଲା ପାଇଁ ଏହି ନେତ୍ରୀମାନଙ୍କୁ ଟ୍ରମ୍ପ୍‌, ବୋଲସୋନାରୋ, ଓବ୍ରାଡୋର, ମୋଦି, ଡୁଆର୍ଟେ, ଓର୍ବାନ, ପୁଟିନ ଓ ନେତନ୍ୟାହୁଙ୍କ ଭଳି ନେତାମାନଙ୍କ ସହ ତୁଳନା କଲେ ବାସ୍ତବ ଚିତ୍ର ସାମ୍ନାକୁ ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri