Posted inଖେଳ

ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫୁଟବଲ: ଭାରତ-ବାଂଲାଦେଶ ମ୍ୟାଚ ଡ୍ର

କୋଲକାତା, ୧୬ା୧୦ (ପି.ଟି.)-ଆଦିଲ ଖାଁଙ୍କ ବିଳମ୍ବିତ ଗୋଲ ଭାରତର ସମ୍ମାନ ରଖିଛି। ମଙ୍ଗଳବାର ଅନୁଷ୍ଠିତ ଭାରତ-ବାଂଲାଦେଶ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍‌ ‘ଇ’ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି।
ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନଠାରେ ଅନୁଷ୍ଠିତ ମ୍ୟାଚଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୪୨ତମ ମିନିଟ୍‌ରେ ସାଦ୍‌ ଉଦ୍ଦିନଙ୍କ ହେଡର ଜରିଆରେ ଭ୍ରମଣକାରୀ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଦଳ ୩ ପଏଣ୍ଟ ସହିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା ସୃଷ୍ଟି ହୋଇଥିଲା। ଭାରତର ତାରକା ଖେଳାଳି ତଥା ଅଧିନାୟକ ସୁନୀଲ ଛେତ୍ରୀ ଗୋଲ ଦେବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ମ୍ୟାଚ ଶେଷ ଆଡ଼କୁ ଗତି କରୁଥିବାବେଳେ ୮୮ତମ ମିନିଟ୍‌ରେ ବ୍ରେଣ୍ଡନ ଫର୍ନାଣ୍ଡିଜଙ୍କ କର୍ନର କିକ୍‌କୁ ଆଦିଲ୍‌ ଖାଁ ହେଡ୍‌ ଜରିଆରେ ଗୋଲରେ ପରିଣତ କରି ଭାରତର ସମ୍ମାନ ରଖିଥିଲେ। ଏହି ଗୋଲ ଫଳରେ ମ୍ୟାଚ ୧-୧ ସ୍ତରକୁ ଚାଲି ଆସିଥିଲା। ଏଠାରେ ପରାଜିତ ହୋଇଥିଲେ ଭାରତର ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବା ମଉଳି ଯାଇଥାନ୍ତା। ବିଶ୍ୱ ର଼୍ୟାଙ୍କିଙ୍ଗରେ ଭାରତ ବର୍ତ୍ତମାନ ୧୦୪ ତମ ସ୍ଥାନରେ ରହିଥିବା ବେଳେ ବାଂଲାଦେଶ ଏହାଠାରୁ ୮୩ ସ୍ଥାନ ନିମ୍ନରେ ରହିଛି। ତେଣୁ ମ୍ୟାଚରେ ଆୟୋଜକ ଦଳକୁ ଫେଭରାଇଟ ବିବେଚନା କରାଯାଉଥିଲା। ଏହି ମ୍ୟାଚ ଦେଖିବା ଲାଗି ୬୫,୦୦୦ ଆସନ ବିଶିଷ୍ଟ ଷ୍ଟାଡିୟମର ଟିକେଟ ବିକ୍ରି ସରିଥିଲା। ଘରୋଇ ପରିବେଶରୁ ଭରପୂର ସମର୍ଥନ ସତ୍ତ୍ୱେ ଭାରତ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ମ୍ୟାଚ ଡ୍ର ରହିବା ଦ୍ୱାରା ଦଳକୁ ମାତ୍ର ଗୋଟିଏ ପଏଣ୍ଟ ମିଳିଛି। ଭାରତ ଏହାର ପ୍ରଥମ ମ୍ୟାଚରେ ଓମାନଠାରୁ ୧-୨ ଗୋଲରେ ହାରି ଥିବାବେଳେ ଏସୀୟ ଚାମ୍ପିୟନ କାତାର ସହିତ ମ୍ୟାଚକୁ ଗୋଲଶୂନ୍ୟ ଡ୍ର ରଖିଥିଲା। ଭାରତ ୩ ମ୍ୟାଚରୁ ୨ ପଏଣ୍ଟ ପାଇଥିବାବେଳେ ବାଂଲାଦେଶ ସମାନ ମ୍ୟାଚରୁ ୧ ପଏଣ୍ଟ ପାଇ ଟେବୁଲର ନିମ୍ନରେ ରହିଛି। ଭାରତ ଶେଷ ଥରପାଇଁ ୧୯୯୯ରେ ସାଫ୍‌ ଗେମ୍ସରେ ବାଂଲାଦେଶକୁ ୧-୦ ଗୋଲରେ ପରାସ୍ତ କରିଥିଲା। ଏହା ପରଠାରୁ ଦଳ କେବେହେଲେ ବାଂଲାଦେଶକୁ ହରାଇ ପାରିନାହିଁ। ୨୦୧୩ରେ ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ ଓ ୨୦୧୪ରେ ୨-୨ ଗୋଲରେ ଡ୍ର ରହିଥିଲା। କ୍ୱାଲିଫାଇଂ ମ୍ୟାଚକୁ ମିଶାଇ ବାଂଲାଦେଶ ବିପକ୍ଷରେ ମ୍ୟାଚ ଡ୍ର ରଖିବାରେ ଭାରତ ହ୍ୟାଟ୍ରିକ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

ଠାକୁରାଣୀ ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି: ବିଧାୟକ,ଉପଜିଲାପାଳଙ୍କ ନୂଆ ହେବ ଅନୁଭୂତି

ଭଞ୍ଜନଗର,୧୮।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ସ୍ଥାନୀୟ ରଘୁନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହେବ। ଏନେଇ ସମସ୍ତ ବିଭାଗ…

ରେଙ୍ଗାଲି ଜଳଭଣ୍ଡାରରେ ହାତୀ ଛୁଆର ମୃତ୍ୟୁ

ଦେବଗଡ, ୧୮।୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ରେଞ୍ଜର ଠିଆନାଲ ସେକ୍ସନ ଅନ୍ତର୍ଗତ ରେଙ୍ଗାଲି ଜଳଭଣ୍ଡାର (କୁଲସରା ଗ୍ରାମ ନିକଟରେ) ନିକଟରେ ବୁଧବାର ଏକ ବର୍ଷ…

ଶାଶୁଙ୍କ ମୃତ୍ୟୁଖବର ଶୁଣି ଚାଲିଗଲା ବୋହୂଙ୍କ ଜୀବନ

ନୀଳଗିରି,୧୮।୨(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶାଶୁଙ୍କ ମୃତ୍ୟୁ ଖବର ଶୁଣି ବୋହୂ ଆଖି ବୁଜିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ…

୯୮ କେନ୍ଦ୍ରରେ ହେବ ମାଟ୍ରିକ୍‌ ପରୀକ୍ଷା: ଏଥର ପରୀକ୍ଷା ଦେବେ ୧୭,୯୬୭ ଛାତ୍ରୀଛାତ୍ର

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ଆସନ୍ତା ୧୯ତାରିଖରୁ ହାଇସ୍କୁଲ ସାର୍ଟିଫିକେଟ୍‌(ମାଟ୍ରିକ) ପରୀକ୍ଷା ଆରମ୍ଭ ହେବ। ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ପ୍ରତ୍ୟେକ ଦିନ ଗୋଟିଏ ବିଷୟରେ ପରୀକ୍ଷା ହେବ।…

୫ ମିନିଟ୍‌ ବ୍ୟବଧାନ, ଗୋଟିଏ ଗାଡ଼ିରେ ୨ ମିଲକୁ ଯାଇଛି ଧାନ: ପଦାରେ ପଡ଼ିଲା ଧାନ କିଣାବିକା ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ନୂଆ ନୁହେଁ। ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ଏହି ଜିଲାରେ ଏହା ସାଧାରଣରେ ପରିଣତ ହୋଇଛି। ମିଲର୍ସଙ୍କ ଇଚ୍ଛାରେ ଧାନକିଣା…

ପୁଣି ଅଶାନ୍ତ ବରଗଡ଼: ବୁଲିଲା ଛୁରି-ଭୁଜାଲି, ଯୁବକ ଆହତ

ବରଗଡ଼,୧୮ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଏଠାରେ ଦିନ ଦ୍ବିପ୍ରହରରେ ଭୁଜାଲି ମାଡ, ଛୁରାମାଡ଼ ହେଉଛି। ଗତ କିଛିଦିନ ତଳେ ବରଗ ହାଟପଦାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri