ବିଶ୍ୱକପ୍‌ରେ ରୋହିତଙ୍କ ଦ୍ୱିତୀୟ ଶତକ

ମାଞ୍ଚେଷ୍ଟର,୧୬ା୬(ପିଟି): ଭାରତୀୟ ଓପନର ରୋହିତ ଶର୍ମା ଏଠାରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକ ଲଗାଇଛନ୍ତି। ସେ ୮୯ ବଲରୁ ୧୦୪ ରନ୍‌ କରି ଏପର୍ଯ୍ୟନ୍ତ ଅପରାଜିତ ଅଛନ୍ତି। ତାଙ୍କ ଇନିଂସରେ ୯ ଚୌକା ଓ ୩ ଛକା ସାମିଲ ରହିଛି। ଏହା ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳ ଉପଅଧିନାୟକଙ୍କ ଦ୍ୱିତୀୟ ଶତକ। ଏଥିଯୋଗୁ ଭାରତୀୟ ଦଳ ୩୩ ଓଭର ସୁଦ୍ଧା ଏକ ଉଇକେଟ ହରାଇ ୧୯୧ ରନ୍‌ କରିପାରିଛି। ତେବେ ତାଙ୍କ କ୍ୟାରିୟରର ୨୪ତମ ଶତକ। ଏଥିପୂର୍ବରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ଶତକୀୟ ଇନିଂସ ଖେଳିଥିଲେ।

Share