Posted inଖେଳ

ବିଶ୍ୱକପ୍‌ରେ ଦଳୀୟ ସ୍କୋର ୫୦୦ ଛୁଇଁବାର ଆଶା

ଲଣ୍ଡନ,୧୭ା୫- ଗତ ବିଶ୍ୱକପ୍‌ ପରଠାରୁ ଦୁଇ ଥର ଦିନିକିଆ ଦଳଗତ ସ୍କୋର ରେକର୍ଡ ଭାଙ୍ଗି ସାରଛି। ଏବେ ଇଂଲଣ୍ଡ ଦଳ ନାମରେ ସର୍ବାଧିକ ଦଳଗତ ସ୍କୋର କରିବାର ରେକର୍ଡ ରହିଛି। ଗତ ବର୍ଷ ଜୁନ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୬ ଉଇକେଟ ହରାଇ ୪୮୧ ରନ୍‌ କରିଥିଲା। ପୂର୍ବରୁ ପାକିସ୍ତାନ ବିପକ୍ଷରେ ଇଂଲଣ୍ଡ ୩ ଉଇକେଟ ହରାଇ ୪୪୪ ରନ୍‌ କରିିଥିଲା। ଉଭୟ ମ୍ୟାଚ୍‌ରେ ଇଂଲଣ୍ଡ ଆୟୋଜକ ଥିଲା। ଦୁଇ ମ୍ୟାଚ୍‌ ଯଥାକ୍ରମେ ନଟିଂହାମ ଓ ଟ୍ରେଣ୍ଟ ବ୍ରିଜରେ ଖେଳାଯାଇଥିଲା। ହାଇ ସ୍କୋରିଂ ଗ୍ରାଉଣ୍ଡ ନଟିହାମରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ସମେତ ୫ଟି ମ୍ୟାଚ୍‌ ଖେଳାଯିବାର ଅଛି। ଏଣୁ ଦଳୀୟ ସ୍କୋର ୫୦୦ ଛୁଇଁବାର ସମ୍ଭାବନା ରହିଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ବିଶ୍ୱକପ୍‌ ଲାଗି ନୂଆ ସ୍କୋରକାର୍ଡ ଛପାଇବାକୁ ନିର୍ଦ୍ଦେଶ ଦେଇଛି। ଏହି ସ୍କୋର କାର୍ଡକୁ ପ୍ରଶଂସକ କିଣିବେ। ପୂର୍ବରୁ ବିଶ୍ୱକପ୍‌ରେ ଦଳୀୟ ସ୍କୋର ୪୦୦ ସ୍କୋର କାର୍ଡ କରାଯାଉଥିଲା। କିନ୍ତୁ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଷ୍ଟିଭ ଇଲଓ୍ବର୍ଥି ସ୍କୋରକାର୍ଡ ପୁନଃ ପ୍ରସ୍ତୁତ କରାଯିବା ଦରକାର ଏକ ବୈଠକରେ ଅନୁଭବ କରିଥିଲେ। ଏଥିରେ ଇସିବି ମୁଖ୍ୟ କାର୍ଯ୍ୟକାରୀ ଟମ୍‌ ହାରିସନ ମଧ୍ୟ ବିଶ୍ୱାସ ଦେଖାଇଛନ୍ତି। ଆମକୁ ପୁଣି ଥରେ ସ୍କୋର କାର୍ଡ ପ୍ରିଣ୍ଟ କରିବାକୁ ପଡ଼ିବ। କାରଣ ଏହି ଟୁର୍ନାମେଣ୍ଟରେ ଦଳୀୟ ସ୍କୋର ୫୦୦ ଛୁଇଁପାରେ ବୋଲି ହାରିସନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri