Categories: ଜାତୀୟ

ବିଶ୍ୱକପ୍‌କୁ ନେଇ ଉତ୍ସାହିତ ଯବାନ

ଶ୍ରୀନଗର,୧୬।୬: ବିଶ୍ୱ କପ୍‌ କ୍ରିକେଟକୁ ନେଇ ସବୁଆଡେ ଚର୍ଚ୍ଚା। ବିଶେଷ କରି ଭାରତ ପାକିସ୍ତାନ ମ୍ୟାଚକୁ ଯେମିତି କେହି ହାତଛଡା କରିବାକୁ ଚାହାଁନ୍ତି ନାହିଁ। ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚ ପୂର୍ବରୁ ଜମ୍ମୁ-କଶ୍ମୀର ସୀମାରେ ଥିବା ବିଏସ୍‌ଏଫ୍‌ ଯବାନମାନେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ମଞ୍ଚେଷ୍ଟରରେ ଆୟୋଜିତ ଏହି ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଗ୍ୟାଲେରି ଭିଡ ରହିବା ସ୍ବାଭାବିକ କଥା।

Share