ବିଳିବିଳାଉଛନ୍ତି ଟ୍ରମ୍ପ!

ୱାଶିଂଟନ,୧୬ ।୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚୁଡାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସି ନ ଥିବା ବେଳେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବାଇଡେନ ବହୁମତର ସଂଖ୍ୟା ପାର କରି ସାରିଛନ୍ତି । ତେଣୁ ତାଙ୍କୁ ଆମେରିକାର ଭବିଷ୍ୟତ ରାଷ୍ଟ୍ରପତି କୁହାଯାଉଛି । ଏପର୍ଯ୍ୟନ୍ତ ବାଇଡେନଙ୍କୁ ୩୦୬ ଇଲେକ୍ଟୋରାଲ ଭୋଟ ମିଳି ସାରିଛି । କିନ୍ତୁ ଟ୍ରମ୍ପଙ୍କୁ ୨୩୨ ଇଲେକ୍ଟୋରାଲ ଭୋଟ ମିଳିଛି । ଏବେବି କିଛି ଅଞ୍ଚଳରେ ଭୋଟ ଗଣତି ଚାଲିଥିବା ବେଳେ ଇତିମଧ୍ୟରେ ଟ୍ରମ୍ପ କହିଛନ୍ତି ସେ ନିର୍ବାଚନ ଜିତିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ମୁଁ ନିର୍ବାଚନ ଜିତିଛି । ଏହାସହ ସେ ଲେଖିଛନ୍ତି ଅଫିସିୟାଲି ଏହି ନିର୍ବାଚନକୁ ଅଲଗା ଦର୍ଶାଯାଇଛି । ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ପ୍ରଥମଥର ଲାଗି ସ୍ୱୀକାର କରିଥିଲେ ଯେ ବାଇଡେନ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ହେଲେ ନିର୍ବାଚନ ପରେ ଭୋଟ ଗଣତିରେ ଯେଉଁ ଭୁଲ ହୋଇଛି ସେ ତା’ର ସାମ୍ନା କରିବେ ବୋଲି କହିଥିଲେ । ଆଉ ଏବେ ଗୋଟିଏ ଦିନ ପରେ ଟ୍ରମ୍ପ ପୁଣିଥରେ କହିଲେଣି ଯେ ସେ ନିର୍ବାଚନ ଜିତିଛନ୍ତି । ଏହା ତାଙ୍କ ମତିଭ୍ରମ ବୋଲି ଆଲୋଚନା ହେଲାଣି ।

Share