Posted inଜାତୀୟ

ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଦିଅ: ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୪ା୪: ଗୁଜରାଟରେ ୨୦୦୨ ଦଙ୍ଗାବେଳେ ଗଣବଳାତ୍କାରର ଶିକାର ହୋଇଥିବା  ବିଲ୍‌କିସ ବାନୋଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାକିରି ସହ ରହିବାର ସୁବିଧା ଯୋଗାଇଦେବା ଲାଗି ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ସରକାର ଏହି ମାମଲାରେ ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠକୁ ଅବଗତ କରାଇଥିଲେ। ଅଭିଯୁକ୍ତଙ୍କ ପେନ୍‌ସନ ବେନିଫିଟ ବନ୍ଦ କରାଯିବା ସହ ବମ୍ବେ ହାଇକୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ଆଇପିଏସ ଅଧିକାରୀଙ୍କ ପଦାବନତ କରାଯାଇଥିବା ରାଜ୍ୟ ସରକାର ଦର୍ଶାଇଥିଲେ।

ବାନୋ ୫ ଲକ୍ଷ ଟଙ୍କାର ସହାୟତା ନେବାକୁ ମନା କରିଦେବା ସହ ରାଜ୍ୟ ସରକାର ଅଧିକ କ୍ଷତିପୂରଣ ଦେବା ଲାଗି ସର୍ବୋଚ୍ଚ କୋର୍ଟରେ ଆବେଦନ କରିଥିଲେ। ମାର୍ଚ୍ଚ ୨୯ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଅଭିଯୁକ୍ତମାନଙ୍କ ବିରୋଧରେ ୨ ସପ୍ତାହ ମଧ୍ୟରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟଯେ, ଗୋଧ୍ରା ଦଙ୍ଗା ସମୟରେ ୫ ମାସର ଗର୍ଭବତୀ ଥିବା ବିଲ୍‌କିସଙ୍କୁ ଗଣବଳାତ୍କାର କରାଯିବା ସହ ପରିବାରର କେତେକ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୧ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଦିଆଯାଇଥିଲାବେଳେ ପରେ ୫ ପୋଲିସ ଓ ୨ ଡାକ୍ତରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଝଟ୍‌କା: ଆମେରିକା-ଇରାନ ଯୁଦ୍ଧବିରତି ଚୁକ୍ତିନାମା ନେଇ କଂଗ୍ରେସର ପ୍ରଥମ ପ୍ରତିକ୍ରିୟା, ପାକିସ୍ତାନର…

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ସମ୍ପର୍କରେ କଂଗ୍ରେସ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ପ୍ରକାଶ ପାଇଛି। କଂଗ୍ରେସ ଏମ୍‌ପି ଜୟରାମ ରମେଶ ସୋସିଆଲ ମିଡିଆ…

୪୨.୫% ଭାରତୀୟ ସ୍ବାସ୍ଥ୍ୟକୁ କରନ୍ତି ଅଣଦେଖା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୮ା୪(ପି.ଟି.):କାର୍ଯ୍ୟବ୍ୟସ୍ତତା କାରଣରୁ ୪୨.୫ ପ୍ରତିଶତ ଭାରତୀୟ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଅଣଦେଖା କରୁଥିବା ସ୍ବୀକାର କରିଛନ୍ତି। ୫୭.୮ ପ୍ରତିଶତ କହିଛନ୍ତି, ସେମାନଙ୍କ ସ୍ବାସ୍ଥ୍ୟ ପାଇଁ କ’ଣ ଭଲ…

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

୩ ବର୍ଷର ଭାଣିଜୀଙ୍କୁ ସାଙ୍ଗଙ୍କ ସହ ମିଶି ଗଣବଳାତ୍କାର କଲେ ମାମୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ପାଟନା,୭।୪: ବିହାରର ପାଟନାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ୨୨ବର୍ଷୀୟ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ସହିତ ମିଶି ନିଜ ତିନି ବର୍ଷର ଭାଣିଜୀଙ୍କୁ ଗଣବଳାତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri