ବିଲ୍ଟ କାଗଜକଳରେ ଉତ୍ତେଜନା: ଠିକା ଶ୍ରମିକଙ୍କୁ କାରଖାନାରେ ପୂରାଇଦେଲେନି

ଜୟପୁର,୫ା୬(ଡି.ଏନ୍‌.ଏ.): ଜୟପୁର ଗାଗନାପୁର ସ୍ଥିତ ବିଲ୍ଟ ସେୱା କାଗଜକଳରେ ପୁଣି ଅଶାନ୍ତି ଦେଖାଦେଇଛି। ବୁଧବାର ପୂର୍ବାହ୍ନରୁ ଠିକା ଶ୍ରମିକ କାରଖାନାକୁ ଯିବାବେଳେ ସୁରକ୍ଷାବଳ ସେମାନଙ୍କୁ ପ୍ରବେଶ କରାଇ ଦେଇନାହାନ୍ତି। ଠିକା ଶ୍ରମିକ କାର୍ଯ୍ୟରେ ଯୋଗ ନଦେବା ପାଇଁ କାଗଜକଳ କର୍ତ୍ତୃପକ୍ଷ ମନା କରିଛନ୍ତି। ଏନେଇ ଠିକା ଶ୍ରମିକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଶତାଧିକ ଠିକା ଶ୍ରମିକ କାଗଜକଳ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଛନ୍ତି।
ସୂଚନା ଅନୁଯାୟୀ, ଯେଉଁ ଠିକା ଶ୍ରମିକଙ୍କ ଆବଶ୍ୟକତା ରହିଛି, ସେହିମାନଙ୍କୁ କାର୍ଯ୍ୟରେ ଲଗାଯାଇ ଅନ୍ୟମାନଙ୍କୁ କାରଖାନା ଭିତରକୁ ନ ଛାଡ଼ିବା ପାଇଁ କାଗଜକଳ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। କାଗଜକଳରେ ୭୦୦ ଜଣ ଠିକା ଶ୍ରମିକ ରହିଥିବା ବେଳେ ମାତ୍ର ୫୦ରୁ ୬୦ ଜଣଙ୍କୁ ପ୍ରବେଶ କରାଯାଇ ଅନ୍ୟମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁମତି ଦିଆଯାଇ ନ ଥିଲା। ତେଣୁ ସେମାନେ ଏହାର ବିରୋଧ କରିଥିଲେ। ଦୀର୍ଘ ୭ ମାସ ହେଲା ଠିକା ଶ୍ରମିକଙ୍କ ଦରମା ଦିଆଯାଇ ନଥିବା ବେଳେ ଏବେ ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରିବା ନିଷ୍ପତ୍ତି ପାଇଁ କାଗଜକଳ କର୍ତ୍ତୃପକ୍ଷଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇ ଧାରଣା ଦେଇଛନ୍ତି ଠିକା ଶ୍ରମିକ। ସଂସ୍ଥାର ମାନବ ସମ୍ବଳ ବିକାଶ ବିଭାଗ ମ୍ୟାନେଜର ଶକ୍ତି ପ୍ରସାଦ ମିଶ୍ର ଓ ସହକାରୀ ମ୍ୟାନେଜର କୃଷ୍ଣଚନ୍ଦ୍ର ସାହୁ ଘଟଣାସ୍ଥାଳରେ ପହଞ୍ଚତ୍ ଠିକା ଶ୍ରମିକଙ୍କୁ ବୁଝାଶୁଝା କରିଥିଲେ। କିନ୍ତୁ ଶ୍ରମିକମାନେ ପାଲଟା ପରିଚାଳନା ଅଧିକାରୀଙ୍କୁ ଘେରିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା। ଖବରପାଇ ଗାଗନାପୁର ପୋଲିସ ଫାଣ୍ଡି ଅଧିକାରୀ କବିରାଜ ସାହୁ ଓ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚତ୍ଥିଲେ। ପରେ ହାଇଦ୍ରାବାଦ ସ୍ଥିତ କାଗଜକଳର ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ସମସ୍ତ ଶ୍ରମିକଙ୍କୁ ପ୍ରବେଶ କରାଯିବା ସହ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଲ୍ଟ କାଗଜକଳର ଉପତ୍ାଦନ ଗତ ଏପ୍ରିଲ ୨୦ରୁ ବନ୍ଦ ରହିଛି। ଏପରିକି କମ୍ପାନିର ୪୭୦ରୁ ଅଧିକ ସ୍ଥାୟୀ କର୍ମଚାରୀଙ୍କୁ ମଧ୍ୟ ଗତ ୪ ମାସର ଦରମା ଦିଆଯାଇ ନାହିଁ। ପରେ ପ୍ରଶାସନର ମଧ୍ୟସ୍ଥତାରେ ଅନୁଷ୍ଠିତ ବୈଠକରେ କର୍ତ୍ତୃପକ୍ଷ ସମସ୍ତ ବକେୟା ଦରମା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri