Categories: ଫୁରସତ

ବିଲେଇ ପିନ୍ଧୁଛନ୍ତି ନିଜ ଲୋମରେ ତିଆରି କ୍ୟାପ୍‌

ପୋଷା ପ୍ରାଣୀଭାବେ ଅନେକେ ବିଲେଇ ରଖିବାକୁ ପସନ୍ଦ କରନ୍ତି। ସେମାନଙ୍କ ସୁନ୍ଦର କମନୀୟ ଚେହେରା, ଗେହ୍ଲେଇ ହେବା ଲୋକଙ୍କ ମନ ଜିଣିନିଏ। ଅନେକେ ତ ନିଜ ପୋଷା ବିଲେଇକୁ ବିଭିନ୍ନ ବେଶରେ ସଜେଇ ମଧ୍ୟ ଥାଆନ୍ତି। ଯାହାଫଳରେ ସେମାନେ ଆହୁରି ସୁନ୍ଦର ଲାଗନ୍ତି। ଜାପାନର ଫଟୋଗ୍ରାଫର୍‌ ର୍ୟୋ ୟାମାଜାକି ଓ ତାଙ୍କ ସ୍ତ୍ରୀ ହିରୋମୀ କ୍ୟାମ୍‌ ବି ଘରେ ବିଲେଇ ରଖିଥିଲେ। ଆଉ ସେମାନେ ଏହି ଦମ୍ପତିଙ୍କର ବହୁତ ପ୍ରିୟ। ତେବେ ଉକ୍ତ ଦମ୍ପତି ନିଜ ପୋଷା ବିଲେଇଙ୍କୁ ସଜେଇବା ପାଇଁ ଏକ ଭିନ୍ନ ଉପାୟ ଆପଣେଇଛନ୍ତି। ବିଲେଇ ଶରୀରରୁ ଛିଣ୍ଡି ଏଠିସେଠି ପଡୁଥିବା ଲୋମକୁ ସଂଗ୍ରହ କରି ସେଥିରେ ସେମାନେ ତିଆରି କରିଛନ୍ତି ଭାଇକିଂ ହେଲମେଟ୍‌, ପାଇଲଟ୍‌ଙ୍କ ହ୍ୟାଟ୍‌, ଡକ୍‌ କ୍ୟାପ୍‌, ଡିଟେକ୍ଟିଭ୍‌ କ୍ୟାପ୍‌ ଆଦି ଭଳି ବିଭିନ୍ନ ପ୍ରକାରର ଆକର୍ଷକ ଛୋଟ ଛୋଟ ଟୋପି। ଏସବୁକୁ ପିନ୍ଧି ତାଙ୍କ ପୋଷା ବିଲେଇ ଲାଗନ୍ତି ବହୁତ କ୍ୟୁଟ୍‌। ସେସବୁର ଫଟୋ ଉଠାଇ ସେମାନେ ସୋସିଆଲ୍‌ ମିଡିଆରେ ବି ପୋଷ୍ଟ କରିଛନ୍ତି, ଯାହାକୁ ସମସ୍ତେ ବେଶ୍‌ ପସନ୍ଦ କରୁଛନ୍ତି।

Share