ବିଲରେ ଯୁବକଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୦ା୯- ଫିରଙ୍ଗିଆ ପଞ୍ଚାୟତ ତଣ୍ଡ୍ରିଗାଁ ନାଳ ପାଖ ବିଲରେ କାଶିନିପଦର ପଞ୍ଚାୟତ ତଳପଡା ଗ୍ରାମର ବିମଳ କହଁରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ କଟେଡମାହାର ବରୁଣ କହଁର ଓ ଲାମ୍ବାଗୁଡ୍ରି ଗ୍ରାମର ଅରବିନ୍ଦ କହଁର। ହତ୍ୟାକାଣ୍ଡରେ ବ୍ୟବହୃତ କାତି ସହ ଟର୍ଚ୍ଚ ଲାଇଟ, ମୋବାଇଲ ଫୋନକୁ ପୋଲିସ ଜବତ କରିଛି। ବିମଳଙ୍କ ସାଙ୍ଗ ବରୁଣ ଘଟଣାର ମାଷ୍ଟର ମାଇଣ୍ଡ । ପ୍ରେମ ସମ୍ପର୍କକୁ ନେଇ ବିମଳଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ପୋଲିସ ସୂଚନା ଅନୁଯାୟୀ, ବିମଳ ଏବଂ ବରୁଣ ଦୁହେଁ ଭଲ ସାଙ୍ଗ। ସେମାନେ ବାଙ୍ଗାଲୋରରେ ରହି କାମ କରୁଥିଲେ। ବିମଳଙ୍କର ଏକାଧିକ ଝିଅଙ୍କ ସହ ପ୍ରେମ ସମ୍ପର୍କ ରହିଥିବା ବରୁଣ ଜାଣିଥିଲେ। ହତ୍ୟାକାଣ୍ଡ ଘଟିବାର ୨ମାସ ପୂର୍ବରୁ ବରୁଣଙ୍କ ଜଣେ ସମ୍ପର୍କୀୟାଙ୍କ ସହ ବିମଳଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଉଭୟେ ଫୋନରେ କଥା ହେଉଥିଲେ। ଏହା ଜାଣିବା ପରେ ଏଥିରୁ ନିବୃତ ରହିବାକୁ ବିମଳଙ୍କୁ ବରୁଣ କହିଥିଲେ। ହେଲେ ସେ ଏହାକୁ ମାନି ନ ଥିଲେ। ୨୦ଦିନ ପୂର୍ବରୁ ବରୁଣ ବାଙ୍ଗାଲୋରରୁ ଘରକୁ ଆସିଥିଲେ। ବିମଳ ୧ ତାରିଖରେ ଗାଁରେ ଆସି ପହଞ୍ଚିବେ ବୋଲି ସାଙ୍ଗ ହିସାବରେ ବରୁଣଙ୍କୁ କହିଥିଲେ। ଏହା ଜାଣିବା ପରେ ତାଙ୍କୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଘଟଣା ଦିନ ବରୁଣ ଏବଂ ଅରବିନ୍ଦ ଏକ ବାଇକରେ ଶଙ୍କରାଖୋଲ ଆସି ବିମଳଙ୍କୁ ସାଙ୍ଗରେ ନେଇଥିଲେ। ବୁଲାବୁଲି କରିବା ପରେ ଘଟଣାସ୍ଥଳକୁ ନେଇ ହତ୍ୟା କରିଥିଲେ ବୋଲି ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୨ ତାରିଖ ଭୋରରେ ବିମଳଙ୍କ ମୃତଦେହ ତଣ୍ଡ୍ରିଗାଁ ନାଳ ପାଖରେ ପଡିଥିଲା। ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ ହଣା ଯାଇଥିବା ବେଳେ ମୁହଁକୁ ପଥରରେ ଛେଚି ଦିଆଯାଇଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri