Posted inଜାତୀୟ

ବିରୋଧୀ ଏକତାକୁ ଝଟକା

ନୂଆଦିଲ୍ଲୀ,୨୪-୫- :ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ଶେଷ ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିଥିଲା। ନିର୍ବାଚନ ପୂର୍ବରୁ ବିଭିନ୍ନ ମଞ୍ଚରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ଏକାଠି ହୋଇ ସେମାନଙ୍କର ଶକ୍ତି ପ୍ରଦର୍ଶନ କରିଥିଲେ ହେଁ ମେଣ୍ଟ ଗଠନ କରିବାରେ ବିଫଳ ହୋଇଥିଲେ। ନିର୍ବାଚନ ଶେଷ ହେବା ପରେ ମଧ୍ୟ ପୁଣି ଥରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ପୁଣି ଥରେ ବିରୋଧୀ ନେତାମାନଙ୍କୁ ଏକାଠି କରିବାକୁ ଉଦ୍ୟମ ହୋଇଥିଲା। ଭୋଟ ଗଣତି ପୂର୍ବରୁ ଭିଭିପିଏଟି ଯାଞ୍ଚ ଲାଗି ୨୨ଟି ବିରୋଧୀ ଦଳର ନେତା ଏକାଠି ହୋଇ ନିର୍ବାଚନ କମିଶନଙ୍କୁ ଜଣାଇବା ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଗଠନ ଲାଗି ଆଲୋଚନା ଚଳାଇଥିଲେ। ତେବେ ନିର୍ବାଚନ ଫଳାଫଳ ଭାଜପା ସପକ୍ଷରେ ଯିବା ଫଳରେ ସେମାନଙ୍କ ମେଣ୍ଟ ଉଦ୍ୟମ ଫସର ଫାଟିଯାଇଛି।
ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୪୯ ଆସନରେ ଆଗରେ ରହି ସରକାର ଗଢ଼ିବାକୁ ଯାଉଥିବାବେଳେ କଂଗ୍ରେସ ନେତୃତ୍ୱାଧୀନ ଉପା ୮୮ ଏବଂ ଅନ୍ୟାନ୍ୟ ଦଳ ୧୦୫ ଆସନରେ ଆଗରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗୈରିକ ସୁନାମି, ବିକାଶ ଏବଂ ଜାତୀୟତାବାଦ ସ୍ଲୋଗାନ, ଦଳର ସାଂଗଠନିକ ଦକ୍ଷତା ବଳରେ ଭାଜପା ୨୦୧୪ ଫଳାଫଳକୁ ଟପିଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ହରିୟାଣା ସମେତ ଉତ୍ତର ଏବଂ ପଶ୍ଚିମ ଭାରତର ଅଧିକାଂଶ ରାଜ୍ୟରେ ଦଳକୁ ୫୦ ପ୍ରତିଶତରୁ ଅଧିକ ଭୋଟ ମିଳିଛି।
ଦଳଗୁଡିକ ଭାଜପାକୁ କ୍ଷମତାଠାରୁ ଦୂରେଇ ରଖିବାକୁ ଚାହଁୁଥିଲେ ମଧ୍ୟ ଏକାଠି ହୋଇପାରିଲେ ନାହିଁ। ଏହାର ମୁଖ୍ୟ କାରଣ ହେଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଦଳର ନେତା ଥିଲେ ପ୍ରଧାନମନ୍ତ୍ରୀ ଆଶାୟୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ମେଣ୍ଟ ଯୋଜନା ବିଫଳ ହେଲା। ବିଏସ୍‌ପି ନେତ୍ରୀ ମାୟାବତୀ ଏବଂ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କଂଗ୍ରେସକୁ ସାଙ୍ଗରେ ନେବାକୁ ଚାହିଁଲେନି। ସେଠାରେ ଏସ୍‌ପି-ବିଏସ୍‌ପି-ଆରଏଲ୍‌ଡି ମେଣ୍ଟ କରିବା ଫଳରେ କଂଗ୍ରେସ ବାଧ୍ୟ ହୋଇ ଏକାକୀ ନିର୍ବାଚନ ଲଢ଼ିଲା। ଫଳରେ ୟୁପିରେ ଭାଜପାର ଆସନ ସଂଖ୍ୟା ୨୦୧୪ ତୁଳନାରେ କମିଥିଲେ ମଧ୍ୟ ଏହାକୁ ଅଟକାଇବା ସମ୍ଭବ ହେଲାନାହିଁ। ସେହିପରି ବିହାରରେ ମଧ୍ୟ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ଭାଜପା ନେତୃତ୍ୱାଧୀନ ମେଣ୍ଟର ଅଗ୍ରଗତି ରୋକିବାରେ ବିଫଳ ହେଲା। ୬ ମାସ ତଳେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡରେ କଂଗ୍ରେସ ବିଧାନସଭା ନିର୍ବାଚନ ଜିତି ସରକାର ଗଢ଼ିଥିଲେ ମଧ୍ୟ ସେଠାରେ ଫଳାଫଳ ସମ୍ପୂର୍ଣ୍ଣ ବଦଳିଗଲା। ଭାଜପା ନେତୃତ୍ୱଧୀନ ମେଣ୍ଟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ସରକାର ଗଢ଼ିବାକୁ ଯାଉଥିଲାବେଳେ ବିରୋଧୀ ଏକତାକୁ ଶକ୍ତ ଧକ୍କା ଲାଗିଛି।
କିଛିଦିନ ହେଲା ଚନ୍ଦ୍ରାବାବୁ ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଯାଇ ବିରୋଧୀ ଦଳଗୁଡିକୁ ଏକାଠି କରିବାକୁ ଉଦ୍ୟମ କରିଥିଲେ। ଏହି କ୍ରମରେ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ମାୟାବତୀ, ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ବିରୋଧୀ ନେତାମାନେ ସରକାର ଗଠନ କରିବାକୁ ପ୍ରସ୍ତୁତ କି ନାହିଁ ବୋଲି ଚନ୍ଦ୍ରାବାବୁ ସେମାନଙ୍କୁ ପ୍ରଶ୍ନ କରିବା ସହ ନିର୍ବାଚନ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଚିନ୍ତା କରିବା ପାଇଁ କହିଥିଲେ। ମମତା ମଧ୍ୟ ଭବିଷ୍ୟତରେ ବଡ଼ ଭୂମିକା ନେବା ଲାଗି ସୂଚନା ଦେଇଥିଲେ। ଫଳାଫଳ ପ୍ରକାଶ ପାଇବା ପରେ ଏହି ନେତାମାନ ସ୍ବପ୍ନ ଧୂଳିସାତ୍‌ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri