ବିରୋଧୀଦଳ ନେତା ହେବା ନେଇ ପ୍ରଦୀପ୍ତଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): ଭବାନୀପାଟଣା ଭାଜପା ବିଧାୟକ ପ୍ରଦୀପ୍ତ କୁମାର ନାଏକ ବିରୋଧୀ ଦଳର ନେତା ହେବା ପରେ ପ୍ରଥମକରି କଳାହାଣ୍ଡି ଗସ୍ତରେ ଆସିଛନ୍ତି।
ଏ ନେଇ କେସିଙ୍ଗା ବ୍ଲକର ଅମାଠଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭାଜପା କର୍ମୀ ଓ ନେତାଙ୍କ ସମେତ ଜନସାଧାରଣଙ୍କ ପକ୍ଷରୁ ବିଧାୟକ ନାଏକଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କେସିଙ୍ଗା ଭାଜପା ନଗର କମିଟି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।
ଏହା ସହ ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ସହର ପରିକ୍ରମା କରାଯାଇ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ସ୍ବାଗତ କରାଯାଇଥିଲା। ଏଥିରେ ଭାଜପା ଜିଲା ପରିଷଦ ଅଧ୍ୟକ୍ଷା ନମିତା ରାଣୀ ସାହୁ, ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ସାଧାରଣ ସମ୍ପାଦକ ଯୁଗଳ ପୋଢ ପ୍ରମୁଖ ଉପସ୍ଥିତ ଥିଲେ।