ବିରୋଧୀଙ୍କ ସବୁ ଅଙ୍କ ଭୁଲ କଲା ବିଜେଡି

ଅନୁଗୋଳ ଅଫିସ, ୨୫।୫- ଗତ ପଞ୍ଚାୟତ ନିର୍ବାଚନରେ ଭାଜପା ଅନୁଗୋଳ ଜିଲାରେ ଯେପରି ପ୍ରଦର୍ଶନ କରିଥିଲା ତାହାକୁ ନେଇ ରାଜନୈତିକ ବିଶାରଦମାନେ ନାନା କଳ୍ପନାଜଳ୍ପନା କରୁଥିଲେ। ଏପରି କି ବିଧାନସଭା ନିର୍ବାଚନରେ ଜିଲାର ଏକାଧିକ ଆସନ ଭାଜପା ଛଡ଼ାଇନେବ ବୋଲି ମଧ୍ୟ କହିବାକୁ ପଛାଇ ନ ଥିଲେ। ଏହାକୁ ନେଇ ବିରୋଧୀ ଭାଜପା ଶିବିର ବେଶ୍‌ ଉତ୍ସାହିତ ହୋଇପଡ଼ିଥିଲା। ଦଳର ଛାମୁଆ ନେତାମାନେ କେଉଁ ଆସନକୁ କବ୍‌ଜା କରିବେ ତାହାକୁ ନେଇ ଅଙ୍କ କଷିବା ମଧ୍ୟ ଆରମ୍ଭ କରିଦେଇଥିଲେ। ହେଲେ ଗୁରୁବାର ନିର୍ବାଚନ ଫଳାଫଳ ଆସିବା ପରେ ବିରୋଧୀଙ୍କ ସବୁ ଅଙ୍କ ଯେ ବିଜେଡି ଭୁଲ ସାବ୍ୟସ୍ତ କରିଦେଇଛି ତାହା ଅନୁଗୋଳରେ ସ୍ପଷ୍ଟ ହୋଇଯାଇଛି।
ଅନୁଗୋଳ ଜିଲାର ୫ ନିର୍ବାଚନମଣ୍ଡଳୀରେ କ୍ଲିନ ସୁଇପ୍‌ କରିଛି ବିଜେଡି। ଦୁଇଟି ନିର୍ବାଚନମଣ୍ଡଳୀରେ ବଡ଼ ବ୍ୟବଧାନରେ ମଧ୍ୟ ଜିତିଛି ଦଳ। ଅନୁଗୋଳରେ ଦଳର ପୁରୁଖା ନେତା ରଜନୀକାନ୍ତ ସିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ୮୮୨୩ ଭୋଟରେ ପରାସ୍ତ କରିଛନ୍ତି। ରଜନୀକାନ୍ତ ୬୫୩୮୮ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତାପ ୫୬୫୬୫ ଭୋଟ ପାଇଛନ୍ତି। ତାଳଚେର ନିର୍ବାଚନମଣ୍ଡଳୀରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିବା ବ୍ରଜକିଶୋର ପ୍ରଧାନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କାଳନ୍ଦୀ ସାମଲଙ୍କୁ ୨୪୧୦୨ ଭୋଟରେ ହରାଇ ଦେଇଛନ୍ତି। ବ୍ରଜକିଶୋର ୭୦୦୪୪ ଭୋଟ ପାଇଥିବା ବେଳେ କାଳନ୍ଦୀଙ୍କୁ ମିଳିଥିଲା ୪୫୯୪୨ ଭୋଟ। ସେହିପରି ଛେଣ୍ଡିପଦାରେ ବିଜେଡି ପ୍ରାର୍ଥୀ ସୁଶାନ୍ତ କୁମାର ବେହେରା ଭାଜପାର ଅଗସ୍ତି ବେହେରାଙ୍କଠାରୁ ୬୭୯୪ ଅଧିକ ଭୋଟ ପାଇ ବିଜୟଲାଭ କରିଛନ୍ତି। ସୁଶାନ୍ତଙ୍କୁ ୭୪୯୧୧ ଖଣ୍ଡ ଭୋଟ ମିଳିଥିବା ବେଳେ ଅଗସ୍ତିଙ୍କ ଖାତାରେ ୬୮୧୧୭ ଭୋଟ ପଡ଼ିଥିଲା। ପାଲଲହଡ଼ାରେ ବିଜେଡିର ମୁକେଶ ପାଲ ୬୨୧୪ ଭୋଟରେ ଭାଜପାର ଅଶୋକ ମହାନ୍ତିଙ୍କୁ ହରାଇ ଦେଇଛନ୍ତି। ଅଶୋକଙ୍କୁ ୫୩୧୩୬ ଭୋଟ ମିଳିଥିବା ବେଳେ ମୁକେଶ ୫୯୩୫୦ ଭୋଟ ପାଇଛନ୍ତି। ତେବେ ଆଠମଲ୍ଲିକରେ ବିଜେଡି ରେକର୍ଡ ପରିମାଣର ଭୋଟ ୪୭୧୮୪ରେ ଭାଜପାର ଜିଲା ସଭାପତି ତଥା ପ୍ରାର୍ଥୀ ଭାଗୀରଥି ପ୍ରଧାନଙ୍କୁ ହରାଇଛି। ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୮୬୨୫୪ ଖଣ୍ଡ ଭୋଟ ପାଇଥିବା ବେଳେ ଭାଗୀରଥି ମାତ୍ର ୩୯୦୭୦ ଖଣ୍ଡ ଭୋଟ ପାଇପାରିଥିଲେ। ଏପରି ଫଳାଫଳକୁ ନେଇ ଭାଜପା ଶିବିରରେ ନୈରାଶ ଖେଳିଯାଇଥିବା ବେଳେ ଅତି ନଗଣ୍ୟ ପ୍ରଦର୍ଶନ କରି କଂଗ୍ରେସ ସବୁଠାରୁ ଅଧିକ ନିରାଶ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri