Categories: ଜାତୀୟ

ବିରଳ ସୂର୍ଯ୍ୟୋପରାଗ ଦେଖିବା ପାଇଁ ମୋଦି ବ୍ୟବହାର କରିଥିବା ଚଷମାର ଦାମ୍‌ କେତେ ଜାଣିଛନ୍ତି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଏହା ଦୃଶ୍ୟମାନ ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ଲୋକମାନଙ୍କ ଲାଗି ପ୍ଲାନେଟୋରିୟମ୍‌ ଗୁଡ଼ିକରେ ବ୍ୟବସ୍ଥା କରାଯାଇଥିଲା। ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କୋଝିକୋଡରେ ମେଘୁଆ ପାଗ ସତ୍ତ୍ୱେ ଏହି ବିରଳ ଦୃଶ୍ୟକୁ ଦେଖିଥିଲେ। ଏଥିସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଯାହାକୁ ନେଇ ଏବେ କିଛି ୟୁଜର୍ସ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିବା ବେଳେ କେତେକ ମୋଦିଙ୍କ ଚଷମାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଜଣେ ୟୁଜର୍ସ ଏହି ଫଟୋ ଉପରେ ଏକ ମିମ୍‌ ତିଆରି କରିବା ପାଇଁ ମୋଦିଙ୍କୁ ଲେଖିଥିଲେ। ମୋଦି ମଧ୍ୟ ତାଙ୍କୁ ସ୍ବାଗତ ଜଣାଇବା ସହ ଏହାର ଆନନ୍ଦ ଉଠାନ୍ତୁ ବୋଲି କହିଥିଲେ। ଏହାପରେ ଜଣଙ୍କ ପରେ ଜଣେ ତାଙ୍କୁ କମେଣ୍ଟ ଦେଇଥିଲେ। ଜଣେ ୟୁଜର୍ସ ମୋଦି ପିନ୍ଧିଥିବା ଚଷମାକୁ ଜର୍ମାନୀର କହିଥିବା ବେଳେ ଅନ୍ୟ ଜଣେ ଏହାକୁ ଦେଢ଼ଲକ୍ଷ ଟଙ୍କାର ବୋଲି କହିଛନ୍ତି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Share