ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୫ରୁ ୨୦ତାରିଖ ମଧ୍ୟରେ ଚୀନର କିନ୍‌ଜୋ ସିଟିରେ ୪ର୍ଥ ଆନ୍ତର୍ଜାତିକ ନୀଳରକ୍ତ କଙ୍କଡ଼ା ସୁରକ୍ଷା ଓ ବିଜ୍ଞାନ କର୍ମଶାଳା ଆୟୋଜନ କରାଯାଇଛି। ଏଥିରେ ବାଲେଶ୍ୱରରୁ ୬ଜଣ ପ୍ରାଧ୍ୟାପକ, ଅଧ୍ୟାପକ, ଗବେଷକ ଓ ଶିଳ୍ପୀ ଯୋଗଦେବେ ବୋଲି ଜଣାପଡିଛି।
ଚୀନର କିନ୍‌ଜୋ ସିଟିରେ ହେବାକୁ ଥିବା ଏହି କର୍ମଶାଳାରେ ଆମେରିକା, ଚୀନ, ଜାପାନ, ମାଲେସିଆ ଓ ଭାରତ ସମେତ ୨୦ରୁ ଅଧିକ ଦେଶର ୨୦୦ରୁ ଅଧିକ ସଙ୍ଗଠନ, ଗବେଷକ, ଶିଳ୍ପୀ, ଛାତ୍ରୀଛାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏମାନଙ୍କ ମଧ୍ୟରେ ବାଲେଶ୍ୱରର ଫକୀରମୋହନ ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଫେସର ଟ. ବିଷ୍ଣୁ ପ୍ରସାଦ ଦାଶ, ଫକୀରମୋହନ କଲେଜର ନୃତତ୍ତ୍ୱ ବିଭାଗର ଅଧ୍ୟାପିକା ସସ୍ମିତା ଦାଶ, ଆସୋସିଶନ ଫର୍‌ ବାଇୟୋ ଡାଇଭାରସିଟି କର୍ଭେସନ ଆଣ୍ଡ ରିସର୍ଚର ନିର୍ଦ୍ଦେଶକ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଭୁବନେଶ୍ୱର ଅମିତ କଲେଜର ସହକାରୀ ପ୍ରାଧ୍ୟାପକ ସିଦ୍ଧାର୍ଥ ପତି, ନୋସି କଲଚ୍ୟୁରାଲ ଏକାଡ଼େମୀର ମୁଖ୍ୟ ଶିଳ୍ପୀ କେଶୁଦାସ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର ଯୁବ ନୀଳରକ୍ତ ଗବେଷକ ସନାତନ ଟୁଡୁ କର୍ମଶାଳା ପାଇଁ ନିମନ୍ତ୍ରିତ ହୋଇଛନ୍ତି।
ପୃଥିବୀରେ ଏସିଆ ଓ ଆମେରିକା ଭଳି ଦୁଇ ମହାଦେଶରେ କେବଳ ୪ ପ୍ରଜାତିର ବିରଳ ଓ ବିଲୁପ୍ତପ୍ରାୟ ସାମୁଦ୍ରିକ ନୀଳରକ୍ତ କଙ୍କଡ଼ା ଦେଖାଯାନ୍ତି। ଏଥିମଧ୍ୟରୁ ଭାରତରେ ଦୁଇ ପ୍ରଜାତିର ନୀଳରକ୍ତ କଙ୍କଡ଼ା ରହିଛନ୍ତି। ବାଲେଶ୍ୱର ଉପକୂଳରେ ମାଛଧରା ଟ୍ରଲର ଓ ବୋଟ ଚଳାଚଳ ଯୋଗୁ ବିରଳ ନୀଳରକ୍ତ କଙ୍କଡାଙ୍କ ସଂଖ୍ୟା ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଉଛି। ନଦୀ ମୁହାଣରେ ଗୁରୁ ଜୁଆର ଉଠିବା ବେଳେ ଏହି କଙ୍କଡା ଅଣ୍ଡା ଦେବାକୁ ଆସିଥାନ୍ତି ା ଦୀର୍ଘ ୪ ଦଶନ୍ଧି ଧରି ଭାରତର କେତେକ ଗବେଷକ ଚାନ୍ଦିପୁର ଓ ବଳରାମଗଡ଼ିରେ ଏନେଇ ଗବେଷଣା ଜାରି ରଖିଛନ୍ତି। ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଜୈବ ପ୍ରଯୁକ୍ତି ବିଦ୍ୟା ବିଭାଗ ଖୋଲିବା ପରେ ନୀଳରକ୍ତ କଙ୍କଡ଼ା ଉପରେ ଅଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜିଲାରେ ଥିବା ବିଭିନ୍ନ ସାମାଜିକ ଅନୁଷ୍ଠାନ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ପାଇଁ ମଧ୍ୟ କାଯର୍‌ୟ କରୁଛନ୍ତି। ବାଲେଶ୍ୱରର ଆସୋସିଏଶନ ଫର୍‌ ବାଇୟୋ ଡାଇଭରସିଟି କଞ୍ଜର୍ଭେସନ ଆଣ୍ଡ ରିସର୍ଚ୍ଚ, ବାଲେଶ୍ୱରୀ କଳା କେନ୍ଦ୍ର, ନ୍ୟୁ ହୋପ୍‌, ଜଉକଣ୍ଢେଇ ବାହାଘର ଉତ୍ସବ କମିଟି, ବାହାବଳପୁର ନୀଳରକ୍ତ କଙ୍କଡ଼ା ସୁରକ୍ଷାମଞ୍ଚ ପ୍ରମୁଖ ବେଳାଭୂମି ସଫେଇ ବେଳେ ଏହି ବିରଳ ପ୍ରଜାତିର କଙ୍କଡାଙ୍କ ସୁରକ୍ଷା ଲାଗି ଜନ ସଚେତନତା ସୃଷ୍ଟି କରୁଛନ୍ତି। ଏ ଦିଗରେ ଅଧିକ ଗବେଷଣା ଲାଗି ଜାତୀୟସ୍ତରୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ର ଖୋଲା ଯିବାକୁ ପ୍ରକୃତିପ୍ରେମୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri