Categories: ବାଣିଜ୍ୟ

ବିମାନ ଭଡ଼ାରେ ସୀମା ଜାରିକଲେ ସରକାର

ନୂଆଦିଲ୍ଲୀ,୨୨।୫ : ସରକାର ଗୁରୁବାର ବିମାନ ଭଡ଼ା ଉପରେ ମୂଲ୍ୟ ସୀମା ନିର୍ଦ୍ଧାରଣ କରିଛନ୍ତି। ବିମାନ ଯାତ୍ରାର ସମୟକୁ ନେଇ ଏହାକୁ ୭ ବର୍ଗରେ ରଖାଯାଇଛି। ଅଗଷ୍ଟ ୨୪ ଯାଏ ଏହି ନିୟମ କାମ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୪୦ ମିନିଟର କମ୍‌ ସମୟ ଅବଧି ଉଡ଼ାଣକୁ ପ୍ରଥମ ବ୍ୟାଣ୍ଡରେ ରଖାଯାଇଛି। ସେହିଭଳି ଦ୍ୱିତୀୟ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ବ୍ୟାଣ୍ଡରେ ଯଥାକ୍ରମେ ୪୦-୬୦ ମିନିଟ, ୬୦-୯୦ ମିନିଟ, ୯୦ରୁ ୧୨୦ ମିନିଟ, ୧୨୦-୧୫୦ ମିନିଟ ସାମିଲ ରହିଛି। ଷଷ୍ଠ ଏବଂ ସପ୍ତମ ବ୍ୟାଣ୍ଡରେ ଯଥାକ୍ରମେ ୧୫୦ରୁ ୧୮୦ ଏବଂ ୧୮୦ରୁ ୨୧୦ ମିନିଟ ସାମିଲ ରହିଥିବା ପୁରୀ ସ୍ପଷ୍ଟ କରିଛନ୍ତି। ବିମାନର ୪୦% ସିଟ୍‌ କମ୍‌ ଫେୟାର ଲାଗି ସଂରକ୍ଷିତ କରାଯିବ। ମେ ୨୫ ଠାରୁ କଟକଣା ସହ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ କରାଯିବ। ମାର୍ଚ୍ଚ ୨୫ରେ ଲକ୍‌ଡାଉନ ଲାଗି ଦେଶରେ ଉଭୟ ଡୋମେଷ୍ଟିକ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଛି।

Share