ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କରାଗଲା ଜରୁରୀ ଅବତରଣ

କାଠମାଣ୍ଡୁ,୪।୯: ନେପାଳର ଏକ ଘରୋଇ ବିମାନ କମ୍ପାନୀ ସୀତା ଏୟାରର ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। କାଠମାଣ୍ଡୁରୁ ଲୁକ୍ଲା ଯାଉଥିବା ବିମାନର ଇଞ୍ଜିନରେ ତ୍ରୁଟି ଦେଖାଦେବାରୁ ଏହାର ଜରୁରୀ ଅବତରଣ କରାଯାଇଛି। ବିମାନଟି ଉଡିବାର କିଛି ସମୟ ପରେ ଇଞ୍ଜିନରେ ତ୍ରୁଟି ଦେଖାଦେବା ନେଇ ପାଇଲଟଙ୍କୁ ଜଣାପଡ଼ିଥିଲା। ଏହାପରେ ଆପାତ୍ତକାଳୀନ ସ୍ଥିତିରେ କାଠମାଣ୍ଡୁ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏହି ବିମାନରେ କେବଳ ପାଇଲଟ ଦଳ ଯାତ୍ରା କରୁଥିବା ବେଳେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି କମ୍ପାନୀର ଅଧିକାରୀ ସୂଚନା ଦେଇଛନ୍ତି।

Share