Categories: ଫୁରସତ

ବିମାନରେ ଘଟିଲା ଯାତ୍ରୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ରିପୋର୍ଟ ପରେ ଆଶ୍ଚର୍ଯ୍ୟ ହେଲେ ଡାକ୍ତର

କଲମ୍ବିଆରୁ ଜାପାନ ଯାଉଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଜାପାନରେ ବିମାନ ପହଞ୍ଚିବା ପରେ ଯେତେବେଳେ ଉକ୍ତ ଯାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଗଲା ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଡାକ୍ତରୀ ଦଳ ତାଙ୍କ ପେଟରୁ ୨୪୬ ପ୍ୟାକେଟ୍‌ ଅଫିମ ବାହାର କରିଥିଲେ। ଖବର ଅନୁଯାୟୀ, ୟୁଡୋ ଏନ୍‌ (୪୨) ନାମକ ଜଣେ ବ୍ୟକ୍ତି କଲମ୍ବିଆରୁ ବିମାନରେ ଜାପାନ ଯାଉଥିଲେ। ତେବେ ବିମାନ ଉଡ଼ିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଫଳରେ ବିମାନକୁ ଉତ୍ତର ମେକ୍ସିକୋରେ ଜରୁରୀକାଳୀନ ଅବତରଣ କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ୟୁଡୋ ତାଙ୍କ ପେଟ ଭିତରେ ଲୁଚାଇ ଏତେ ପରିମାଣର ଅଫିମ ନେଉଥିବା ଜଣାପଡ଼ିଥିଲା। ଏହା ପୂର୍ବରୁ ୨୦୧୭ରେ ଡେଲ୍‌ଟା ଏୟାରଲାଇନ୍‌ସରେ ଦୁଇଜଣ ଯାତ୍ରୀ ଅଫିମ ନେଇଥିବା ଅଭିଯୋଗରେ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ୨୩ ପାଉଣ୍ଡ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୨୦୩୨.୪୦ ଟଙ୍କାର ଅଫିମ ଜବତ କରାଯାଇଥିଲା।

Share