Posted inଜାତୀୟ

ବିଭିନ୍ନ ରାଜ୍ୟର ଉପନିର୍ବାଚନ ଫଳାଫଳ:୨୬ରେ ଏନ୍‌ଡିଏ, ୧୨ରେ କଂଗ୍ରେସ ବିଜୟୀ

ନୂଆଦିଲ୍ଲୀ,୨୫-୧୦:ଉତ୍ତରପ୍ରଦେଶର ୧୧ ବିଧାନସଭା ଆସନ ସମେତ ୧୭ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୧ ବିଧାନସଭା ଓ ୨ ଲୋକ ସଭା ଆସନ ଲାଗି ହୋଇଥିବା ଉପନିର୍ବାଚନର ଭୋଟଗଣତି ଜାରି ରହିଥିଲାବେଳେ କେତେକ ଆସନର ଫଳାଫଳ ପ୍ରକାଶ ପାଇଛି। ୫୧ ଆସନରୁ ଭାଜପା ଏବଂ ଏହାର ସହଯୋଗୀ ଦଳକୁ ୨୬ ଆସନ ମିଳିଥିଲାବେଳେ କଂଗ୍ରେସ ୧୨ ଆସନରେ ବିଜୟୀ ହୋଇଛି। ଦୁଇ ଲୋକସଭା ଆସନକୁ ଏଲ୍‌ଜେପି ଏବଂ ଏନ୍‌ସିପି ବଜାୟ ରଖିଛନ୍ତି। ବିହାରର ସମସ୍ତିପୁର ଲୋକ ସଭା ଉପନିର୍ବାଚନରେ ଏଲ୍‌ଜେପି ବିଜୟୀ ହୋଇଛି। ଏଲ୍‌ଜେପିର ପ୍ରିନ୍ସ ରାଜ୍‌ କଂଗ୍ରେସ ପ୍ରାର୍ଥୀ ଅଶୋକ କୁମାରଙ୍କୁ ୧ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। ସେହିପରି ମହାରାଷ୍ଟ୍ରର ସତାରା ଲୋକ ସଭା ଆସନ ଉପନିର୍ବାଚନ ଫଳାଫଳ ଘୋଷଣା ହୋଇ ନ ଥିଲେ ହେଁ ସେଠାରେ ଏନ୍‌ସିପି ଏବଂ ଭାଜପା ମଧ୍ୟରେ କଡ଼ା ମୁକାବିଲା ହୋଇଛି। ଭାଜପା ଟିକେଟରେ ଲଢ଼ୁଥିବା ପୂର୍ବତନ ଏନ୍‌ସିପି ଏମ୍‌ପି ଉଦୟନରାଜେ ଭୋଁସଲେ ଏନ୍‌ସିପି ପ୍ରାର୍ଥୀ ଶ୍ରୀନିବାସ ପାଟିଲଙ୍କଠାରୁ ୮୫୦୦୦ ଭୋଟ ପଛରେ ଥିବା ଜଣାପଡିଛି।
ଉତ୍ତରପ୍ରଦେଶର ୧୧ ଆସନରେ ଉପନିର୍ବାଚନ ହୋଇଥିଲାବେଳେ ସେଥିରୁ ୭ଟି ଭାଜପା ଦଖଲକୁ ଯାଇଛି। ସେଗୁଡିକ ହେଲା ଗଙ୍ଗୋହ, ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ, ଇଗ୍‌ଲାସ, ମାନିକପୁର, ବଲାହ ଏବଂ ଗୋବିନ୍ଦ ନଗର ଆସନ। ସମାଜବାଦୀ ପାର୍ଟି ଜାଇଦପୁର, ଜଲାଲାପୁର ଓ ରାମପୁର ଆସନ ଦଖଲ କରିଛି। ପ୍ରତାପଗଡ ଆସନରେ ଭାଜପା ସହଯୋଗୀ ଅପ୍‌ନା ଦଳର ପ୍ରାର୍ଥୀ ରାଜକୁମାର ପାଲ ବିଜୟୀ ହୋଇଛନ୍ତି। ଜାଇଦପୁର ଆସନକୁ ଏସ୍‌ପି ଶାସକ ଦଳ ଭାଜପାଠାରୁ ଛଡାଇନେଇଛି। ବିହାରର ୫ ବିଧାନସଭା ଆସନ ମଧ୍ୟରୁ ଆରଜେଡି ୨ଟିରେ ଜିତିଥିଲାବେଳେ ଜେଡିୟୁ, ଏଆଇଏମ୍‌ଆଇଏମ୍‌ ଏବଂ ସ୍ବାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ଆସନ ଦଖଲ କରିଛନ୍ତି। ସେହିପରି ଗୁଜରାଟର ୬ ଆସନରୁ ଭାଜପା ୩ ଓ କଂଗ୍ରେସ ୩ ଆସନରେ ବିଜୟୀ ହୋଇଛନ୍ତି।
ମଧ୍ୟପ୍ରଦେଶର ଝାବୁଆ ଆସନରେ କଂଗ୍ରେସର କାନ୍ତିଲାଲ ଭୁରିଆ ଭାଜପା ପ୍ରାର୍ଥୀ ଭାନୁ ଭୁରିଆଙ୍କୁ ୨୭,୮୦୦ରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରିଛନ୍ତି। ତାମିଲନାଡୁର ବିକ୍ରାବନ୍ଦୀ ଓ ନଙ୍ଗୁନେରି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ଏଆଇଏଡିଏମ୍‌କେ ବାଜିମାତ୍‌ କରିଛି। ବିକ୍ରାବନ୍ଦୀ ଆସନରୁ ଏଆଇଏଡିଏମ୍‌କେରେ ଏମ୍‌.ଆର୍‌. ମୁଥାମିଝ୍‌ସେଲଭାନ୍‌ ଏବଂ ନଙ୍ଗୁନେରିରୁ ଭି. ନାରାୟଣନ୍‌ ବିଜୟୀ ହୋଇଛନ୍ତି। ସେହିପରି ରାଜସ୍ଥାନ ଉପନିର୍ବାଚନରେ କଂଗ୍ରେସ ମଣ୍ଡଓ୍ବା ଆସନରେ ବିଜୟୀ ହୋଇଥିଲାବେଳେ ଆର୍‌ଏଲ୍‌ପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି) ଖିନ୍‌ସାର ଆସନ ବଜାୟ ରଖିଛି। ପଞ୍ଜାବର ୪ ବିଧାନସଭା ଆସନରୁ କଂଗ୍ରେସ ୩ଟିରେ ଓ ଅକାଳୀ ଦଳ ଗୋଟିଏ ଆସନରେ ବିଜୟୀ ହୋଇଛି। ଏପରିକି ସୁଖବୀର ସିଂ ବାଦଲଙ୍କ ଜଲାଲାବାଦ ଆସନ ମଧ୍ୟ କଂଗ୍ରେସ ହାତକୁ ଯାଇଛି। ଓଡ଼ିଶାର ବିଜେପୁର ଆସନକୁ ବିଜେଡି ପୁନଃଦଖଲ କରିଛି। ଏଠାରେ ବିଜେଡି ପ୍ରାର୍ଥୀ ରୀତା ସାହୁ ୯୭ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ନିର୍ବାଚିତ ହୋଇଛନ୍ତି। ହିମାଚଳପ୍ରଦେଶରେ ଭାଜପାକୁ ସଫଳତା ମିଳିଛି। ଏଠାର ଧର୍ମଶାଳା ଓ ପଛାଡ୍‌ ଆସନରେ ଯଥାକ୍ରମେ ଭାଜପା ପ୍ରାର୍ଥୀ ବିଶାଲ ନେହରିଆ ଏବଂ ରୀନା କାଶ୍ୟପ ବିଜୟୀ ହୋଇଛନ୍ତି।
ଆସାମ ବିଧାନସଭା ଉପନିର୍ବାଚନରେ ଭାଜପା ଗୋଟିଏ ଆସନରେ ବିଜୟୀ ହୋଇଥିଲାବେଳେ ଅନ୍ୟ ଦୁଇଟି ଆସନରେ ଆଗରେ ରହିଛି। ଅନ୍ୟପକ୍ଷରେ ଗୋଟିଏ ଆସନରେ ଅଲ୍‌ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏଆଇୟୁଡିଏଫ୍‌) ଆଗରେ ଥିବା ଜଣାପଡିଛି। ରତାବାରି ଆସନରେ ଭାଜପା ପ୍ରାର୍ଥୀ ବିଜୟ ମାଲାକାର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କେଶବ ପ୍ରସାଦ ରଜକଙ୍କୁ ୨୪ ହଜାର ଭୋଟରେ ପରାଜିତ କରିଛନ୍ତି। ସିକିମ୍‌ରେ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତାମଙ୍ଗ ଓରଫ ପି.ଏସ. ଗୋଲେ ଉପନିର୍ବାଚନରେ ୮୯୫୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ପକଲୋକ କମ୍‌ରାଙ୍ଗ ଆସନରୁ ଲଢ଼ୁଥିଲେ। ସିକିମ୍‌ରେ ଭାଜପାକୁ ଦୁଇଟି ଆସନ ମିଳିଛି। ମେଘାଳୟର ଶେଲା ଆସନରେ ୟୁଡିପି ପ୍ରାର୍ଥୀ ବାଲାଜିଏଦ୍‌ କୁପାର ସାଇନ୍‌ରେମ୍‌ ବିଜୟୀ ହୋଇଛନ୍ତି। ଗୁଜରାଟରେ ଭାଜପାକୁ ଝଟକା ଲାଗିଛି। ସେଠାର ରାଧାନପୁର ବିଧାନସଭା ଆସନରେ ଓବିସି ନେତା ତଥା ଭାଜପା ପ୍ରାର୍ଥୀ ଅଳ୍ପେଶ ଠାକୁର କଂଗ୍ରେସ ପ୍ରାର୍ଥୀ ରଘୁଭାଇ ଦେଶାଇଙ୍କଠାରୁ ୩୫୦୦ ଭୋଟରେ ପରାଜିତ ହୋଇଛନ୍ତି। ସେହିପରି ବୟାଦ ଆସନରେ ଭାଜପା ପ୍ରାର୍ଥୀ ଧବଳସିଂ ଝାଲା ମଧ୍ୟ ପରାଜିତ ହୋଇଛନ୍ତି। ଛତିଶଗଡ଼ର ଶାସକ କଂଗ୍ରେସ ଦଳ ଚିତ୍ରକୋଟ ବିଧାନସଭା ଆସନରେ ବିଜୟୀ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri