ବିଭିନ୍ନ ଦ୍ରବ୍ୟର ନକଲି କାରବାର

ନୟାଗଡ଼ ଅଫିସ,୯।୧୧: ନୟାଗଡ଼ ସହରରେ ଦୁଇଜଣ ବ୍ୟବସାୟୀ ନକଲି ଜର୍ଦ୍ଦା ବିକ୍ରି କରୁଥିବା ଅଭିଯୋଗରେ ଟାଉନ ପୋଲିସ ଗୁରୁବାର ସେମାନଙ୍କୁ ଗିରଫ କରିଥିଲା। ସେମାନେ ହେଲେ ପୁରୁଣା ସହର ଦଣ୍ଡାସାହିର ସନ୍ତୋଷ କୁମାର ସାହୁ ଓ ଦଶପଲ୍ଲା ଥାନା ବାଘୁଆଫାସି ଗ୍ରାମର ସର୍ବେଶ୍ୱର ପ୍ରଧାନ। ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ଶୁକ୍ରବାର ଜେଲ ହାଜତକୁ ପଠାଇ ଦିଆଯାଇଛି। ସେମାନେ କେଉଁଠାରୁ ନକଲି ଜର୍ଦ୍ଦା ଆଣିଲେ ସେ ନେଇ ପୋଲିସ ପଚାରିବାରୁ ଫତେଗଡ଼ ଅଞ୍ଚଳରୁ କିଛି ଲୋକ ଆଣି ନକଲି ଜର୍ଦା ଦୋକାନରେ ଦେଇ ଯାଉଥିବା କହିଥିବା ଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି।
ବର୍ଷ ଧରି ସେମାନେ ନକଲି ଜର୍ଦ୍ଦା ବିକ୍ରି କରି ଆସୁଥିଲେ ବି ପୋଲିସ କିମ୍ବା ଯୋଗାଣ ବିଭାଗ କାହା ପାଖରେ ଖବର ନ ଥିଲା। ଦିଲ୍ଲୀସ୍ଥିତ ଗୋପାଳ ଜର୍ଦ୍ଦା କମ୍ପାନୀର ସାଧାରଣ ପରିଚାଳକ କୈଳାସ ସିଂ ଚୌହାନ ଏ ନେଇ ନୟାଗଡ଼ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସେମାନଙ୍କ ଦୋକାନରେ ଚଢ଼ାଉ କରି ଗିରଫ କରିଥିଲା। ଅନ୍ୟପକ୍ଷେ ଖାଲି ଯେ ଜର୍ଦ୍ଦା ନକଲି କରାଯାଉଛି ତାହା ନୁହେଁ ଖାଇବା ତେଲଠାରୁ ଆରମ୍ଭ କରି ଚିନି, ଚାଉଳ, ଗୁଡ଼ ଆଦି ବିଭିନ୍ନ ଖାଦ୍ୟ ଦ୍ରବ୍ୟର ନକଲି କରାଯାଇ ଜିଲାରେ ଅଧିକାଂଶ ଦୋକାନରେ ବିକ୍ରି ହେଉଛି।
ସହର ଉପକଣ୍ଠର ଏକ ସ୍ଥାନରେ ନିମ୍ନମାନର ନକଲି ତେଲ ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏ ନେଇ ମଧ୍ୟ ବିଭିନ୍ନ ସ୍ଥାନରେ ଅଭିଯୋଗ ହେଉଥିଲେ ମଧ୍ୟ ତେଲ କାରଖାନା କର୍ତ୍ତୃପକ୍ଷ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ସେଠାରେ କୌଣସି ଚଢ଼ାଉ ହେଉ ନ ଥିବା ଘଟଣା ପୋଲିସ ଓ ଯୋଗାଣ ବିଭାଗର ପାରିଲାପଣିଆକୁ ପଦାରେ ପକାଉଛି। ଉକ୍ତ ତେଲକୁ ଖାଇ ଲୋକମାନେ ବିଭିନ୍ନ ରୋଗରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛୁ। ନକଲି ଜର୍ଦ୍ଦା ପରେ ବିଭିନ୍ନ ଦୋକାନରେ ଥିବା ନକଲି ଖାଇବା ତେଲ ଉପରେ ଚଢ଼ାଉ କରିବା ପାଇଁ ଖାଉଟିମାନେ ଦାବି କରିଛନ୍ତି। ଅନ୍ୟପଟେ ଯୋଗାଣ ବିଭାଗର ଅଧିକାରୀମାନେ ସମୟେ ସମୟେ ବିଭିନ୍ନ ଦୋକାନରେ ଚଢାଉ କରିବା ବଦଳରେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ ହେଉଛି। ଗୁରୁବାର ଚଢ଼ାଉ କରାଯାଇ ନକଲି ଜର୍ଦ୍ଦା ଜବତ ଖବର ବ୍ୟାପିବା ପରେ ଅନେକ ଦୋକାନରେ ଥିବା ନକଲି ଜର୍ଦ୍ଦାକୁ ଲୁଚାଇ ରଖାଯାଉଥିବା ଆଲୋଚନା ହେଉଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିକ୍ରି ହେଉଥିବା ନକଲି ଦ୍ରବ୍ୟ ଉପରେ ଚଢ଼ାଉ କରାଯିବା ପାଇଁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ଅକ୍ଷୟ ତୃତୀୟାରେ ଗୋଟିଏ ଟଙ୍କା ଖର୍ଚ୍ଚ ନକରି ବି ପାଇବେ ମହାଲାଭ, କରନ୍ତୁ ଏହି ଗୋଟିଏ କାମ…

ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ, ଅକ୍ଷୟ ତୃତୀୟା ତିଥି ଅତ୍ୟନ୍ତ ସ୍ବତନ୍ତ୍ର। ଏହି ଦିନ ଦେବୀ ଲକ୍ଷ୍ମୀ, ଭଗବାନ କୁବେର ଏବଂ ଭଗବାନ ଧନୱନ୍ତରୀଙ୍କୁ ପୂଜା କରାଯାଏ।…

ଇରାନକୁ କଡ଼ା ଚେତାବନୀ ଦେଲା ଇସ୍ରାଏଲ, ଆଗାମୀ ୧୨ ଘଣ୍ଟା ପାଇଁ ଟ୍ରେନ ବ୍ୟବହାର କଲେ….

ତେହରାନ,୭।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଇରାନର ସାଧାରଣ ଲୋକଙ୍କୁ ଅନୁରୋଧ ଦେଇଛି । ଟ୍ରେନ ଏବଂ ରେଳ ଲାଇନ ଠାରୁ ଦୂରେଇ ରହିବା…

‘୨୦ ଘଣ୍ଟା ମଧ୍ୟରେ ଆତ୍ମସମର୍ପଣ କର, ନଚେତ ଆମେ ତୁମକୁ ପ୍ରସ୍ତର ଯୁଗ ଦେଖାଇବୁ’ – ଟ୍ରମ୍ପଙ୍କୁ ବଡ଼ ଧମକ!

ତେହରାନ,୭।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି, ଏବଂ ବୟାନବାଜି ମଧ୍ୟ ତୀବ୍ର ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫଙ୍କ ପରାମର୍ଶଦାତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri