ବିଭିନ୍ନ ଦାବି ନେଇ ଖବରଦାତା ସମ୍ମିଳନୀ

ଅନୁଗୋଳ ଅଫିସ,୨୪।୧: ବିଭିନ୍ନ ଦାବି ନେଇ ଅନୁଗୋଳ ଜିଲା ଗୋପବନ୍ଧୁ ପାର୍କ ପରିସରରେ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାବାସୀଙ୍କୁ ସର୍ବନିମ୍ନ ଦୁଇ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍‌ ଯୋଗାଇ ଦେବା, ବିଦ୍ୟୁତ୍‌ ସେବାର ଘରୋଇ କରଣ ବନ୍ଦ କରିବା, ସେସୁ ପକ୍ଷରୁ ବିଲ୍‌ ଆଦାୟ ନାଁ ରେ ବିଦିତ ଗ୍ରାହକ ମାନଙ୍କ ଉପରେ ଶୋଷଣ ଆଦି ବନ୍ଦ କରିବାକୁ ଦାବି ହୋଇଛି। ଏହି ସମ୍ମିଳନୀରେ କମିଟିର ସଦସ୍ୟ ପ୍ରମୋଦ କୁମାର ପ୍ରଧାନ, ଅଭିମନ୍ୟୁ ସ୍ବାଇଁ, ଦାମୋଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।