Categories: ମେଟ୍ରୋ

ବିଭିନ୍ନ ଦାବିନେଇ ଭାରତ ଗ୍ୟାସ ଡିପୋ ସମ୍ମୁଖରେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଖୋର୍ଦ୍ଧା ଅଫିସ,୨୩।୭: ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଭାରତ ଗ୍ୟାସ ଡିପୋ ସମ୍ମୁଖରେ ମଙ୍ଗଳବାର ଠିକା ଶ୍ରମିକଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । ୧୭ ଜଣ ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି, ଠିକା ଶ୍ରମିକ ନିୟମ ଅନୁସାରେ ସମାନ କାମକୁ ସମାନ ଦରମା, ଇପିଏଫ୍‌, ଇଏସ୍‌ଆଇ ପ୍ରମୁଖ ଦାବିନେଇ ଏହି ଧାରଣା ଦିଆଯାଇଛି। ଦାବିପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।