ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ

ପୁରୁଷୋତ୍ତମପୁର,୧୦।୮(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ସରପଞ୍ଚ ଛବିଲତା ନାୟକ ପୌରୋହିତ୍ୟ କରିଥିବାବେଳେ ଉଦ୍‌ଘାଟକ ଭାବେ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ମୁଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, ଉପାଧ୍ୟକ୍ଷା ବବିତା ରାଉଳ, ବିଡିଓ ସତ୍ୟସୁନ୍ଦର ରାଉତ, ବ୍ଲକ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀ,ଜିଲା ବିଜେଡି ଉପସଭାପତି ଗୌରୀଶଙ୍କର ରାଉଳ, କାହ୍ନୁଚରଣ ନାୟକ,ସୁଦର୍ଶନ ନାୟକ ପ୍ରମୁଖ ଯୋଗଦେଇ ପ୍ରାୟ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ବିଭିନ୍ନ ସ୍ଥାନରେ ନିର୍ମିତ ୪ଟି କୋଠଘର ଉଦ୍‌ଘାଟନ କରିଛନ୍ତି।