ବିବାହ ବେଳର ଫଟୋ ଶେୟାର କଲେ ରାକ୍ଷୀ: ଦେଖାଇଲେ କେବଳ ସ୍ବାମୀ ରିତେଶଙ୍କ ହାତ, ପ୍ରଶଂସକ କହିଲେ ଦେଖାନ୍ତୁ ମୁହଁ

ବମ୍ବେ: ସର୍ବଦା ବିବାଦରେ ରହିବାକୁ ଭଲପାଆନ୍ତି ବଲିଉଡ୍‌ର ଆଇଟମ୍‌ ଗର୍ଲ ଭାବେ ପରିଚିତ ରାକ୍ଷୀ ସାଓ୍ବନ୍ତ। କିଛି ମାସ ତଳେ ସେ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ହେଲେ ସେବେଠାରୁ ତାଙ୍କ ସ୍ବାମୀ କିଏ ସେ ନେଇ ଚର୍ଚ୍ଚା ଲାଗି ରହିଛି। ଏବେ ରାକ୍ଷୀ ବିବାହ ସମୟର କିଛି ଫଟୋ ନିଜ ଇନ୍‌ଷ୍ଟା ଆକାଉଣ୍ଟରେ ଶେୟାର କରିଛନ୍ତି। ଫଟୋଗୁଡ଼ିକ ଏବେ ଭାଇରାଲ ହେଉଛି।

ରାକ୍ଷୀ ରିତେଶଙ୍କୁ ଫଟୋ ନୁହେଁ ବରଂ ହାତ ଶେୟାର କରିଛନ୍ତି। ଏକ ଫଟୋରେ ଉଭୟଙ୍କୁ ନିର୍ବନ୍ଧ ମୁଦି ପିନ୍ଧିଥିବା ଦେଖିବାକୁ ମିଳୁଛି। ସେହିଭଳି ଏକାଧିକ ଫଟୋରେ ବିବାହର ଅନ୍ୟ ସମୟର ମୂହୂର୍ତ୍ତ ରହିଛି। ହେଲେ କେଉଁଥିରେ ବି ରିତେଶ ନଜର ଆସୁନାହାନ୍ତି। ହେଲେ ଫଟୋରୁ ରାକ୍ଷୀ ହିନ୍ଦୁ, ଖ୍ରୀଷ୍ଟିଆନ୍‌ ରୀତିନୀତିରେ ବିବାହ କରିଥିବା ସ୍ପଷ୍ଟ ହେଉଛି। କେହି କେହି ତାଙ୍କୁ ରିତେଶଙ୍କୁ ଦେଖାଇବାକୁ କହୁଥିବା ଦେଖାଯାଇଥିଲା।
ରାକ୍ଷୀ ଏକ ସାକ୍ଷାତକାରରେ କହିଥିଲେ ସେ ଯେପରି ଚାହୁଁଥିଲେ ତାଙ୍କୁ ସେଭଳି ଜୀବନସାଥୀ ମିଳିଛି। ହେଲେ ରିତେଶ କ୍ୟାମେରା ସମ୍ମୁଖକୁ ଆସିବାକୁ ଚାହୁଁ ନାହାନ୍ତି। ହୁଏତ ସ୍ବାମୀଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ରାକ୍ଷୀ ଫଟୋ ଦେଉନାହାନ୍ତି। ଏପରିକି ସେ ବିବାହ ବେଳର ଫଟୋଗୁଡ଼ିକୁ ଡିଲିଟ୍‌ କରିଥିବା କୁହାଯାଉଛି।

Share