ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା: ଏସ୍‌ଆଇ ନିଲମ୍ବିତ

ପାରଳାଖେମୁଣ୍ଡି, ୧୩ା୫(ସ୍ବ.ପ୍ର.) : ଜଣେ ଯୁବତୀଙ୍କୁ ଗଜପତି ଜିଲା ଆର.ଉଦୟଗିରି ଥାନା ଏସଆଇ ରମେଶ ଜେନା ପ୍ରତାରିତ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଗଜପତି ଏସପି ସାରା ଶର୍ମା କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଏହି ଏସଆଇ ପୁରୀର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଗଜପତି ଜିଲାକୁ ତାଙ୍କୁ ମହେନ୍ଦ୍ରଗଡସ୍ଥିତ ବୁଡୁ ଇଣ୍ଟରନ୍ୟାଶନାଲ ହୋଟେଲରେ ରଖି ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ବିଭିନ୍ନ ସମୟରେ ସମ୍ପୃକ୍ତ ଏସଆଇ ଜେନା ଯୁବତୀଙ୍କଠାରୁ ଅର୍ଥ ଆଦାୟ କରୁଥିଲେ। ଏନେଇ ପ୍ରତାରିତ ଯୁବତୀ ପ୍ରଥମେ ପୁରୀ ସଦର ଥାନାରେ ଏତଲା ଦେଇଥିଲେ। ପରେ ଗଜପତି ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାର ତଦନ୍ତ କରି ଏସପି ସାରା ଶର୍ମା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଛନ୍ତି।