ବିବାହ ପୂର୍ବରୁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଲକି କୋଚଲିନ୍‌ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବୟଫ୍ରେଣ୍ଡ୍‌ ଗାୟ ହର୍ଷବର୍ଗଙ୍କ ସହ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଥିବା କଲକି ଗତ ଡିସେମ୍ବରରେ ମା’ ହେବାକୁ ଯାଉଥିବା ସୋସିଆଲ ମିଡିଆରେ ଘୋଷଣା କରିଥିଲେ। କଲକିି ୨୦୧୧ରେ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ବିବାହ କରିଥିଲେ। ହେଲେ ବାହାଘରର ୪ ବର୍ଷ ପରେ ସେମାନେ ପରସ୍ପରଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଗାୟ ହର୍ଷବର୍ଗଙ୍କୁ ଡେଟ କରୁଥିଲେ। ବିବାହ ପୂର୍ବରୁ ମା’ ହେବା କଥା ଶୁଣି ଭୟଭୀତ ହୋଇଥିଲେ କଲକୀ। କିନ୍ତୁ ବୟଫ୍ରେଣ୍ଡ୍‌ ଯୋଗୁ ସେ ନିଜ ସନ୍ତାନ ଜନ୍ମ ଦେବାକୁ ଯାଉଥିବା କଥା ଏକ ଚ୍ୟାଟ୍‌ ଶୋ’ରେ ଭାଗ ନେଇ ସେ କହିଥିଲେ।

Share