ବିବାହ ପାଇଁ ମନ୍ଦିରରେ ରଖାଯାଏ ଏଭଳି ସର୍ତ୍ତ…

ଉତ୍ତରାଖଣ୍ଡ ଆଲମୋରାରେ ରହିଛି ଗେଲୁ ଦେବତାଙ୍କ ମନ୍ଦିର। ମନ୍ଦିରରେ ପ୍ରତିଦିନ ବିବାହ ଅନୁଷ୍ଠିତ ହୋଇଥାଏ। ପ୍ରତିବର୍ଷ ଏଠାରେ ୪ଶହରୁ ଅଧିକ ବିବାହ ହୋଇଥାଏ। ତେବେ ଏବେ ମନ୍ଦିରରେ ବିବାହ ପାଇଁ ଏକ ସର୍ତ୍ତ ରଖାଯାଇଛି। ଏଠାରେ ବିବାହରେ ଉଭୟ କନ୍ୟା-ବରଙ୍କ ଆଧାର କାର୍ଡକୁ ବାଧ୍ୟତାମୂଳକ କରାଯାଇଛି। ପରିଚୟ ଜାଣିବା ପାଇଁ ଏଭଳି କରାଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଥାନ୍ତି। ବର୍ଷରେ ଏତେ ସଂଖ୍ୟକ ବିବାହ ହେଉଥିବାରୁ ସମସ୍ତଙ୍କର ପରିଚୟ ମନେ ରଖିବା କଷ୍ଟକର। ତେଣୁ ଏଥିପାଇଁ କମ୍ପ୍ୟୁଟରରେ କନ୍ୟା-ବରଙ୍କ ବିଷୟରେ ସମସ୍ତ ତଥ୍ୟକୁ ପଞ୍ଜିକୃତ କରାଯାଉଛି। ଏହା ସହିତ ଜଣେ ବ୍ୟକ୍ତିଙ୍କର ଏକାଧିକ ଥର ବିବାହ ରୋକିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ଦିର ପକ୍ଷରୁ କୁହାଯାଇଛି। ସେହିପରି ଏଠାକାର କେତେକ ଅଞ୍ଚଳରେ ବାଲ୍ୟବିବାହ ପ୍ରଥା ପ୍ରଚଳିତ। ଏହାକୁ ବନ୍ଦ କରିବା ଲାଗି ମଧ୍ୟ ଏପରି କରାଯାଇଥାଏ।

Share