ବିବାହ ପାଇଁ ବ୍ୟସ୍ତ ବିହାରୀ ଶ୍ରମିକ

ଅନୁଗୋଳ ଅଫିସ, ୧୬।୫ – ବିବାହ ପାଇଁ ତିଥି ନିର୍ଦ୍ଧାରଣ ସରିଛି। ଆଉ ହାତରେ ଅଧିକ ସମୟ ନାହିଁ। ସଙ୍ଗରୋଧ ଅବଧି ମଧ୍ୟ ସରିଗଲାଣି। ତୁରନ୍ତ ଆମକୁ ଗୋପାଳଗଞ୍ଜ ପଠାଅ। ନ ହେଲେ ଏଠାରେ ଆତ୍ମହତ୍ୟା କରିବୁ ବୋଲି ଅନୁଗୋଳ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିବା ୫ ବିହାରୀ ଶ୍ରମିକ ଶୁକ୍ରବାର ପ୍ରଶାସନକୁ ଏପରି ଧମକ ଦେଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, ଢେଙ୍କାନାଳ ଜିଲାରେ କାମ କରୁଥିବା ଏହି ବିହାରୀ ଶ୍ରମିକମାନେ ଗତ ଏପ୍ରିଲ ୨୭ ତାରିଖରେ ଚାଲି ଚାଲି ଯାଉଥିବା ବେଳେ ଅନୁଗୋଳ ଜିଲା ପ୍ରଶାସନ ଓ ପୋଲିସ ସେମାନଙ୍କୁ ଅଟକାଇଥିଲା। ପରେ ସମସ୍ତଙ୍କୁ ପୌରପାଳିକା ପକ୍ଷରୁ ହୋଇଥିବା କ୍ବାରାଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ଇତିମଧ୍ୟରେ ସେମାନଙ୍କ ୧୪ ଦିନିଆ ସଙ୍ଗରୋଧ ଅବଧି ଶେଷ ହୋଇଗଲାଣି। କିନ୍ତୁ ବିହାରରୁ କୌଣସି ଗାଡ଼ି ଏଯାଏ ଅନୁଗୋଳ ଆସି ନ ଥିବା ବେଳେ ଅନୁଗୋଳରୁ ମଧ୍ୟ ଗାଡ଼ି ଶ୍ରମିକଙ୍କୁ ଧରି ବିହାର ଅଭିମୁଖେ ବାହାରି ନାହିଁ। ତେଣୁ ବାଳିକା ଉଚ୍ଚ ବିଦ୍ୟାଳୟରେ ସମ୍ପୃକ୍ତ ବିହାରୀ ଶ୍ରମିକମାନେ ଅଟକି ରହିଛନ୍ତି। ପ୍ରଶାସନ ଗାଡ଼ି ବ୍ୟବସ୍ଥା କରୁ ନ ଥିବାରୁ ସେମାନଙ୍କୁ ଚାଲି ଚାଲି ଯିବାକୁ ଦିଆଯାଉ ବୋଲି ଶ୍ରମିକମାନେ ଅଡ଼ି ବସିବା ସହ ଆଉ ଅଟକାଇଲେ ଆତ୍ମହତ୍ୟା କରିଦେବୁ ବୋଲି ଧମକ ଦେଇଛନ୍ତି। ଘଟଣା ସମ୍ପର୍କରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା କହିଛନ୍ତି, ଶ୍ରମିକଙ୍କ ସମସ୍ୟା ନେଇ ଗୋପାଳଗଞ୍ଜ ଜିଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ବିହାରରୁ ଗାଡ଼ି ଆସିଲେ ଶ୍ରମିକମାନଙ୍କୁ ପଠାଯିବ। ନଚେତ୍‌ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଗାଡ଼ି ବ୍ୟବସ୍ଥା କରାଯାଇ ସେମାନଙ୍କୁ ବିହାରରେ ପହଞ୍ଚାଇ ଦିଆଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ବାସନ୍ତୀକ ନବରାତ୍ର ପୂଜା: ସ୍କନ୍ଧମାତା ବେଶରେ ମା’ ସମଲେଶ୍ବରୀ

ବରଗଡ଼,୨୩।୩,(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ପଞ୍ଚମ ଦିବସ ସୋମବାରରେ ଦେବୀ ସ୍କନ୍ଧମାତା ବେଶରେ ଦର୍ଶନ ଦେଇଛନ୍ତି ।…

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ଛୁରୀ ମାଡ଼ରେ ଯୁବକ ଗୁରୁତର

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର):ଜଙ୍ଗଲ ପୂଜା ସମୟରେ ମାଂସ ଭାଗବଣ୍ଟାକୁ କେନ୍ଦ୍ରକରି ବାରକୋଟ ଥାନାଅଞ୍ଚଳର ଜଣେ ଯୁବକଙ୍କୁ ସେହି ଗ୍ରାମର ଅନ୍ୟ ଜଣେ ଯୁବକ ଛୁରୀ ଭୁଷି ହତ୍ୟା…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri