ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ। ସେମିତି ଜଣେ ରାଜନେତା ହେଉଛନ୍ତି ବର୍ତ୍ତମାନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା କ୍ୟାପଟେନ୍‌ ଅମରିନ୍ଦର ସିଂ। ରାଜବଂଶର ଏହି ଦାୟାଦ ପ୍ରଥମେ ପ୍ରୀନିତ କୌରଙ୍କୁ ବିବାହ କରିଥିଲେ। ପଞ୍ଜାବ ସରକାରରେ ମନ୍ତ୍ରୀଥିବା ପ୍ରୀନିତଙ୍କୁ ବିବାହ ପରେ ଦୁଇଟି ସନ୍ତାନର ଜନକ ହୋଇଥିଲେ ଅମରିନ୍ଦର। ହେଲେ ଏହାପରେ ସେ ପଡିଯାଇଥିଲେ ଜଣେ ବିଦେଶୀ ଖବରଦାତାଙ୍କ ପ୍ରେମରେ।

ଅମରିନ୍ଦର ୨୦୦୭ରେ ୫୦ ବର୍ଷୀୟା ପାକିସ୍ତାନୀ ଖବରଦାତା ଅରୁସା ଆଲମଙ୍କ ପ୍ରେମରେ ପଡିଥିଲେ ବୋଲି ଆଲୋଚନା ହେଉଥିଲା। ହେଲେ ଅରୁସା ଏହାକୁ ଏଡାଇ ଯାଇଥିଲେ। ସେ କହିଥିଲେ ଅମରିନ୍ଦର ମୋର ଜଣେ ଭଲ ବନ୍ଧୁ ଏବେ ଅଛନ୍ତି ଆଗକୁ ରହିବେ ମଧ୍ୟ। ହେଲେ ଏହା ଏତିକିରେ ସୀମିତ ନ ଥିଲା। ଅନେକଥର ଏମାନଙ୍କୁ ଅତି ନିକଟତର ହେବା ଦେଖିବାକୁ ମିଳିବା ପରେ ଏମାନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ହେଲା।

ପ୍ରଥମେ ୨୦୦୪ରେ ଅମରିନ୍ଦର ପାକିସ୍ତାନ ଗସ୍ତ କରିଥିବା ସମୟରେ ଅରୁସାଙ୍କ ସହ ଦେଖା ହୋଇଥିଲା। ଏହାପରେ ଚଣ୍ଡିଗଡ଼ରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି ଅରୁସା ଅମରିନ୍ଦରଙ୍କ ନିକଟତର ହୋଇଥିଲେ। ଏହାପରେ ବଢି ଯାଇଥିଲା ଏମାନଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା। ଉଭୟ ଏହାକୁ ସ୍ବୀକାର କରୁ ନ ଥିଲେ ମଧ୍ୟ ଅରୁସାଙ୍କ ଜନ୍ମଦିନ ପାଳନ କରିବାକୁ ଅମରିନ୍ଦର ହିମାଚଳ ପ୍ରଦେଶରେ ସ୍ବତନ୍ତ୍ର ପାର୍ଟିର ଆୟୋଜନ କରିଥିବା କୁହାଯାଏ। ସେମିତି ଅମରିନ୍ଦରଙ୍କ ଶପଥ ଗ୍ରହଣ ଉତ୍ସବରେ ବି ଅରୁସା ଥିଲେ ଅମରିନ୍ଦରଙ୍କ ଅତି ନିକଟରେ।

Share