Categories: ଜାତୀୟ

ବିବାହ କଥା ଉଠିବାରୁ ୩ ଦିନ ଧରି କବାଟ ବନ୍ଦ କରି ରହିଥିଲେ ଅଟଳ ବିହାରୀ ବାଜପେୟୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। ୧୯୨୪, ଡିସେମ୍ବର ୨୫ରେ ସେ ଗ୍ବାଲିୟରରେ ଜନ୍ମଗ୍ରହଣ କରିଥିଲେ। ଅଟଳ ଜୀ ସାରା ଜୀବନ ଅବିବାହିତ ରହିଥିଲେ। ଥରେ ବାଜପେୟୀଙ୍କୁ ପଚରା ଯାଇଥିଲା ଆପଣ ଅବିବାହିତ କାହିଁକି ଅଛନ୍ତି? ଏହାର ଉତ୍ତରରେ ନିଜ ମଜାକିଆ ଅନ୍ଦାଜରେ ସେ କହିଥିଲେ ‘ମୁଁ ଅବିବାହିତ ସତ କିନ୍ତୁ କୁଆଁରା ନୁହେଁ’। ବାଜପେୟୀଙ୍କ ମୁହଁରୁ ଏଭଳି କଥା ଶୁଣି ଗଣମାଧ୍ୟମରେ ତାଙ୍କ ବ୍ୟକ୍ତିଗତ ଜୀବନୀକୁ ନେଇ ବିଭିନ୍ନ ଗୁଜବ ଉଠିଥିଲା। ଅଟଳ ବିହାରୀ ବାଜପେୟୀ କୁଆଡେ ଜଣେ ରାଜକୁମାରୀଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ଏହି ପ୍ରେମ କାହାଣୀ ଉପରେ କେବେ ବି ହେଲେ ବେଶୀ ଚର୍ଚ୍ଚା ହୋଇ ନାହିଁ। ବାଜପେୟୀଙ୍କ ସାଙ୍ଗ ଗୋରେ ଲାଲ ତ୍ରିପାଠୀଙ୍କ ପୁଅ ବିଜୟ ପ୍ରକାଶ କହିଥିଲେ, ଥରେ ଅଟଳ ଜୀଙ୍କ ପରିବାର ଲୋକେ ତାଙ୍କ ବିବାହ ବିଷୟରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏହା ଶୁଣି ସେ ତାଙ୍କ ସାଙ୍ଗଙ୍କ ଘରେ ୩ ଦିନ ଯାଏ ଲୁଚି ରହିଥିଲେ। ଦେଶ ସେବା କରିବାକୁ ଚାହୁଁଥିବାରୁ ବିବାହ ପାଇଁ ବାଜପେୟୀ ଅରାଜି ଥିଲେ ବୋଲି ତାଙ୍କ ବନ୍ଧୁ ପ୍ରକାଶ କରିଥିଲେ।

Share