Categories: ଜାତୀୟ

ବିବାହିତ ପ୍ରେମିକାଙ୍କୁ ଧରି ପ୍ରେମିକ ଫେରାର, ପଞ୍ଚାୟତରେ ୭୧ ମେଣ୍ଢା ଜରିମାନା

ଲକ୍ଷ୍ନୌ, ୧୮।୮: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ବିବାହିତ ପ୍ରେମିକାଙ୍କୁ ଧରି ଫେରାର ହୋଇଯାଇଛନ୍ତି। ଫଳସ୍ବରୂପ ତାଙ୍କୁ ଗାଁ ପଞ୍ଚାୟତ ୭୧ଟି ମେଣ୍ଢା ଜରିମାନା କରିଛନ୍ତି। ଯୁବକ ଜଣକ ବିବାହିତ ପ୍ରେମିକାଙ୍କ ସ୍ବାମୀଙ୍କୁ ୭୧ଟି ମେଣ୍ଢା ଜରିମାନା ଦେବେ ବୋଲି ପଞ୍ଚାୟତ ତରଫରୁ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ,ମହିଳା ଜଣକ ନିଜ ପ୍ରେମିକଙ୍କ ସହ ଫେରାର୍‌ ହେବା ପରେ ତାଙ୍କ ସ୍ବାମୀ ଗ୍ରମ ପଞ୍ଚାୟତର ଦ୍ୱାରସ୍ଥ ହୋଇଥିଲେ। ସେ ଆଉ ସ୍ବାମୀଙ୍କ ପାଖକୁ ଫେରିବାକୁ ଚାହୁଁନାହାନ୍ତି ବୋଲି କହିବା ପରେ ତାଙ୍କ ପ୍ରେମିକାଙ୍କ ଉପରେ ଜରିମାନା ଲଗାଇଛି ପଞ୍ଚାୟତ।

Share